ଶେଫାଳୀଙ୍କ ଦ୍ୱିଶତକ ଓ ସ୍ନେହା ରାଣାଙ୍କ ଘାତକ ବୋଲିଂରେ ଦକ୍ଷିଣ ଆଫ୍ରିକାକୁ ୧୦ ୱିକେଟ୍‌ରେ ହରାଇଲା ଭାରତ

Published By : Prameya-News7 Bureau | July 01, 2024 IST

internet

ନୂଆଦିଲ୍ଲୀ: ଚେନ୍ନାଇ ଟେଷ୍ଟରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ହରମାନପ୍ରୀତ କୌରଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ୧୦ ୱିକେଟରେ ହରାଇବା ପରେ ଟେଷ୍ଟ ସିରିଜକୁ ୧-୦ରେ ଜିତି ନେଇଛି। ଦ୍ୱିତୀୟ ଇନିଂସରେ ଜିତିବା ପାଇଁ ଭାରତକୁ ୩୭ ରନ୍ ଆବଶ୍ୟକତା ଥିଲା। ଭାରତ ପାଇଁ ଓପନର୍ ଶେଫାଳି ବର୍ମା ୨୪ ରନ୍ କରି ନଟ୍ଆଉଟ୍ ରହିଥିବା ବେଳେ ଶୁଭା ସାଥିଶ ୧୩ ରନ୍ ସଂଗ୍ରହ କରିଥିଲେ। 

ଆଜିର ମ୍ୟାଚରେ ଭାରତର ଅଧିନାୟକ ହରମନପ୍ରୀତ କୌର ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳ ୬ ୱିକେଟ୍ ପାଇଁ ୬୦୩ ରନ୍ କରିବା ପରେ ପାଳି ଘୋଷଣା କରିଥିଲା। ଶେଫାଳୀ ବର୍ମା ଭାରତ ପାଇଁ ୨୦୫ ରନ୍ ସଂଗ୍ରହ କରିଥିବା କି ସ୍ମୃତି ମାନ୍ଧାନ ୧୪୯ ରନର ଚମତ୍କାର ଇନିଂସ ଖେଳିଥିଲେ। ଜେମିମା ରୋଡ୍ରିଗୁସ୍ ୫୫ ରନ୍ ସଂଗ୍ରହ କରିଥିଲେ। ହରମାନପ୍ରୀତ କୌର ୬୯ ରନ୍ କରିଥିବା ବେଳେ ରିଚା ଘୋଷ ୮୬ ରନର ଜବରଦସ୍ତ ଇନିଂସ ଖେଳିଥିଲେ।
ଦକ୍ଷିଣ ଆଫ୍ରିକା ପାଇଁ ଡେଲମି ଟକର ସର୍ବାଧିକ ୨ ୱିକେଟ୍ ନେଇଥିବା ବେଳେ ନେଡିନ ଡି କ୍ଲର୍କ, ଟୁମି ସେଖୁଖୁନେ ଏବଂ ନୋଲକୁକୁଲେକୋ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ। 
ଭାରତର ୬୦୩ ରନ୍  ଟାର୍ଗେଟକୁ ପିଛା କରି ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ ୨୭୭ ରନ୍‌ କରିପାରିଥିଲା। ଦଳ ପକ୍ଷରୁ ସୁନେ ଲୁସ୍ ସର୍ବାଧିକ ୬୫ ରନ୍ ସଂଗ୍ରହ କରିଥିଲେ। ଏହା ବ୍ୟତୀତ ଅନେକେ ବୋଶ୍ଚ ଏବଂ ନେଡିନି ଡି କ୍ଲାର୍କ ୩୯ ଲେଖାଏ ରନ୍ କରିଥିଲେ। ଭାରତର ସ୍ନେହ ରାଣା ଦକ୍ଷିଣ ଆଫ୍ରିକା ବ୍ୟାଟରଙ୍କୁ ଘାଇଳା କରିଥିଲେ। ସ୍ନେହାଁ ରାଣା ସର୍ବାଧିକ ୮ ୱିକେଟ୍ ନେଇଥିଲେ। ସେହିପରି ଦୀପ୍ତି ଶର୍ମା ୨ଟି ୱିକେଟ୍ ନେଇଥିଲେ।

ଏହାପରେ ଭାରତ ଦକ୍ଷିଣ ଆଫ୍ରିକାକୁ ଫଲୋ ଅନ୍ ଦେଇଥିଲା। ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା ଭଲ ବ୍ୟାଟଂ କରିଥିଲା। ଦଳ ପକ୍ଷରୁ ଲୌରା ବୁଲବର୍ଟ ୧୨୨ ରନ୍ କରିଥିବା ବଳେ ସୁନେ ଲୁସ ୧୦୯ ରନର ଇନିଂସ ଖେଳିଥିଲେ। ସେହିପରି ନେଡିନ ଡି କ୍ଲାର୍କ ୬୧ ରନ୍ କରିଥିଲେ।  

ଦ୍ୱତୀୟ ଇନିଂସରେ ଭାରତ ପକ୍ଷରୁ ସ୍ନେହାଁରାଣା, ଦୀପ୍ତି ଶର୍ମା ଓ ରାଜେଶ୍ୱର ଗାୟକ୍ୱାଡ଼ା ୨-୨ ଲେଖାଏ ୱିକେଟ୍ ନେଇଥିଲେ। ଏହା ବାଦ୍ ପୂଜା ବସ୍ତ୍ରାକର, ଶେଫାଳି ବର୍ମା ଓ ହରମନପ୍ରୀତ ଗୋଟିଏ ଲେଖାଏ ୱିକେଟ ନେଇଥିଲେ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.