ପ୍ୟାରିସ ଡାଇମଣ୍ଡ ଲିଗ୍‌ରୁ ଓହରିଲେ ଜାଭଲିନ ଷ୍ଟାର ନୀରଜ ଚୋପ୍ରା

Published By : Prameya-News7 Bureau | July 01, 2024 IST

indiatoday

ନୂଆଦିଲ୍ଲୀ: ଅଲିମ୍ପିକ ବିଜେତା ଜାଭଲିନ ଷ୍ଟାର୍ ନୀରଜ ଚୋପ୍ରା ପ୍ୟାରିସ ଡାଇମଣ୍ଡ ଲିଗ୍‌ରୁ ଓହରି ଯାଇଛନ୍ତି। ଗୋଡ଼ର ମାଂସପେଶୀରେ ଯନ୍ତ୍ରଣା ହେବାରୁ ଶାହ ପ୍ରତିଯୋଗିତାରୁ ଓହରି ଯାଇଥିବା ଇଏସ୍‌ପିଏନ୍‌ରେ ଖବର ପ୍ରକାଶ ପାଇଛି।  

ଏନେଇ ଚୋପ୍ରା କହିଛନ୍ତି ମୁଁ ଜାଭଲୀନ ଥ୍ରୋ ବେଳେ ମୋର କମର ମାଂସପେଶୀରେ ଯନ୍ତ୍ରଣା ହେଉଛି। ମୋତେ ପ୍ରଥମେ ଏହା ଠିକ୍ କରିବାର ଅଛି। ଗ୍ରୋଇନ ଉପରେ କେମିତି ପ୍ରଭାବ କରି ଚାପ ନିୟନ୍ତ୍ରଣ କରିପାରିବୁ ସେଥିରେ ତା ଉପରେ କାମ କରୁଛି। ପ୍ୟାରିସ ଗେମ୍ ପରେ ସେ ବିଭିନ୍ନ ଡାକ୍ତରଙ୍କ ପରାମର୍ଶ କରୁଛନ୍ତି ବୋଲି ନୀରଜ ଚୋପ୍ରା କହିଛନ୍ତି।

ପ୍ୟାରିସ ଡାଇମଣ୍ଡ ଲିଗ୍‌ରୁ ଓହରିବା ନେଇ ନୀରଜ ଚୋପ୍ରା କହିଛନ୍ତି ଯେ ଏହି ଇଭେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରିପାରିଥାନ୍ତି। ହେଲେ ସ୍ୱାସ୍ଥ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସାମାନ୍ୟ ସମସ୍ୟା ହେଲେ ମୁଁ ରେଷ୍ଟ ନେଇଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.