Hera Pheri 3 : ୭ ଦିନରେ ୨୫ କୋଟି ଦିଅ, ନଚେତ୍ ମାମଲା ପାଇଁ ପ୍ରସ୍ତୁତ ରୁହ; ଅକ୍ଷୟ କୁମାର

Published By : Prameya-News7 Bureau | May 22, 2025 IST

ମୁମ୍ଵାଇ ୨୨।୦୫; ଅକ୍ଷୟ କୁମାରଙ୍କ ପ୍ରଡକ୍ସନ ହାଉସରେ ନିର୍ମିତ ଫିଲ୍ମ 'ହେରା ଫେରି ୩' । ଏବେ ଏହି ଫିଲ୍ମକୁ ହଠାତ୍ ଛାଡିବା ଯୋଗୁଁ ପରେଶ ରାୱଲ ଚର୍ଚ୍ଚାରେ ଅଛନ୍ତି। ଦାବି କରାଯାଉଛି ଯେ ସେ ଫିଲ୍ମ ପାଇଁ ୨୫ କୋଟି ଟଙ୍କା ଫିସ୍ ମାଗିଥିଲେ ଏବଂ ତାଙ୍କୁ ସେହି ଟଙ୍କା ମିଳିନଥିଲା। ଏହା ପରେ ହଠାତ୍ ଫିଲ୍ମରୁ ନିଜକୁ ଦୂରେଇ ନେଇଥିଲେ। ନିର୍ମାତା ପରେଶଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏବେ ଅକ୍ଷୟଙ୍କ ପ୍ରଡକ୍ସନ ହାଉସ ତାଙ୍କୁ ୨୫ କୋଟି ଟଙ୍କାର କ୍ଷତି ପୂରଣ ଦାବି କରି ଏକ ଆଇନଗତ ନୋଟିସ ପଠାଇଥିଲେ। ତାଙ୍କୁ ସାତ ଦିନ ମଧ୍ୟରେ ଏହି ରାଶି ଦେବାକୁ କୁହାଯାଇଛି। ନଚେତ୍‌  ମାମଲା ପାଇଁ ପ୍ରସ୍ତୁତ ରୁହ.... 

୭ ଦିନ ମଧ୍ୟରେ ୨୫ କୋଟି ଦେବାକୁ ପଡିବ

ପ୍ରଡକ୍ସନ ହାଉସ୍‌ ମାଧ୍ୟମରେ ଏହି ନୋଟିସ୍ ପଠାଇଛନ୍ତି। ନୋଟିସରେ କୁହାଯାଇଛି ଯେ ନିର୍ମାତା ଏବଂ ଫିଲ୍ମ ଟିମ୍‌ର କାର୍ଯ୍ୟସୂଚୀକୁ କ୍ଷତି ପହଞ୍ଚାଇବା ପାଇଁ ପରେଶଙ୍କ ଠାରୁ ୨୫ କୋଟି ଟଙ୍କାର କ୍ଷତିପୂରଣ ଦାବି କରାଯାଇଛି। ଯଦି ୭ ଦିନ ମଧ୍ୟରେ ଦାବି ପୂରଣ ନ ହୁଏ, ତେବେ କମ୍ପାନୀ ସିଭିଲ ଏବଂ ଅପରାଧିକ କାର୍ଯ୍ୟାନୁଷ୍ଠାନ ସମେତ ଉପଯୁକ୍ତ ଆଇନଗତ ପ୍ରତିକାର ନେବାକୁ ବାଧ୍ୟ ହେବ।


ପରେଶ ରାୱଲ ୩୦ ଜାନୁଆରୀ ୨୦୨୫ରେ ତାଙ୍କ ଏକ୍ସ ହ୍ୟାଣ୍ଡେଲ ମାଧ୍ୟମରେ ସୂଚନା ଦେଇଥିଲେ ଯେ ସେ ହେରା ଫେରି ୩ ର ଅଂଶ ହେବେ। ନିର୍ମାତାଙ୍କ ଦ୍ୱାରା କୁହାଯାଇଛି ଯେ ଅଭିନେତା ନିଜେ ଫିଲ୍ମ ପାଇଁ ଚୁକ୍ତିପତ୍ର ସ୍ୱାକ୍ଷର କରିଛନ୍ତି ଏବଂ ତାଙ୍କୁ ପୂର୍ବରୁ ୧୧ ଲକ୍ଷ ଟଙ୍କା ଦିଆଯାଇଛି। ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ୩ ଏପ୍ରିଲ୍ ୨୦୨୫ରେ ସୁଟ୍ ହୋଇଥିବା ଟିଜରରେ ପରେଶ ରାୱଲଙ୍କ ତିନି ମିନିଟର ଫୁଟେଜ୍ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.