ଗୁରୁଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଛାତ୍ରୀ, ଭିତ୍ତିହୀନ କହିଲେ ନୃତ୍ୟଗୁରୁ

Published By : Prameya-News7 Bureau | October 27, 2024 IST

ସମ୍ବଲପୁର ୨୭।୧୦ : ଗୁରୁଙ୍କ ନାଁରେ ସାଂଘାତିକ ଅଭିଯୋଗ । ସମ୍ବଲପୁର କଳାପରିଷଦର ନୃତ୍ୟଗୁରୁ ସୂର୍ଯ୍ୟ ଗୁରୁଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ନୃତ୍ୟଗୁରୁ ବାଙ୍ଗାଲୋରରେ ଅସଦାଚରଣ କରିଥିବା ଅଭିଯୋଗ ଆଣିଛନ୍ତି ଜଣେ ଛାତ୍ରୀ । 

ଅନ୍ୟପଟେ ଜିଲ୍ଲାପାଳ କହିଛନ୍ତି ଯେ, ମୋ ପାଖରେ ଏନେଇ କୌଣସି ଅଭିଯୋଗ ହୋଇନାହିଁ । ଛାତ୍ରୀଜଣକ ସାମାଜିକ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି | ତଥାପି ଉପଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି | ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି | ଅନ୍ୟପକ୍ଷରେ ଅଭିଯୋଗକୁ ଭିତ୍ତିହୀନ କହିଲେ ନୃତ୍ୟଗୁରୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.