ବ୍ରହ୍ମପୁର: ବିଭିନ୍ନ ଦାବି ନେଇ ନିଖିଳ ଓଡିଶା ଆୟୁଷ ଛାତ୍ର ସଂଗଠନ ପକ୍ଷରୁ କଲେଜ ସମ୍ମୁଖରେ ଆନ୍ଦୋଳନ କରାଯାଇଛି। ସମସ୍ତ ଓଡିଶା ଆୟୁଷ ଛାତ୍ର ସଙ୍ଘ ପକ୍ଷରୁ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରିଛନ୍ତି ହୋମିଓପାଥିକ୍ ମେଡିକାଲ୍ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ (HMSA) ଏବଂ ଆୟୁର୍ବେଦିକ ମେଡିକାଲ୍ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ (ΑΜSA)। ବ୍ରହ୍ମପୁର ହୋମିଓପାଥିକ ଓ ଆଙ୍କୁଶପୁର ଆୟୁର୍ବେଦିକ କଲେଜ ଛାତ୍ର ସଙ୍ଘ ପକ୍ଷରୁ କଲେଜ ସମ୍ମୁଖରେ ଫାଟକ ବନ୍ଦ କରି ଆନ୍ଦୋଳନରେ ବସିଛନ୍ତି।
ବିଭାଗୀୟ ନିର୍ଦେଶକ, ସେକ୍ସନ ଅଫିସର ଓ ନୋଡାଲ ଅଫିସରଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଆନ୍ଦୋଳନ କରିଛନ୍ତି। କିଛିବର୍ଷ ହେଲା କୌଣସି ଆୟୁର୍ବେଦିକ ନୋଡାଲ ଅଫିସର ନିଯୁକ୍ତି ହୋଇପାରୁନାହାନ୍ତି। ନିଜେ ଏଚଏମଓ ହୋଇ ମଧ୍ୟ ବିଗତ ଦୁଇବର୍ଷ ହେବ ରଥଯାତ୍ରାରେ ହୋମିଓପାଥୀ ସ୍ୱାସ୍ଥ୍ୟ ଶିବିର କରାଇ ଦେଉନାହାନ୍ତି।
ଅଧ୍ୟକ୍ଷମାନଙ୍କ ଠାରୁ ଆରମ୍ଭ କରି ଡାକ୍ତର ଓ ଛାତ୍ର ସମସ୍ତଙ୍କୁ ଦୁର୍ବ୍ୟବହାର କରିଆସୁଛନ୍ତି। ଷ୍ଟାଇପେଣ୍ଡ ବୃଦ୍ଧି କରିବାରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଦାବୀ ପୂରଣ ନହେଲା ପର୍ଯ୍ୟନ୍ତ ଏଭଳି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଛାତ୍ରଛାତ୍ରୀମାନେ।