ଚାଷ ଜମିରେ ଠିକା ସଂସ୍ଥାର ଜବରଦଖଲ ଅଭିଯୋଗ, ଜମି ନଛାଡିଲେ ଚାଷୀଙ୍କ ଆନ୍ଦୋଳନ ଚେତାବନୀ

Published By : Prameya-News7 Bureau | June 17, 2025 IST

ସାଲେପୁର ୧୭।୬: ଠିକା ନିର୍ମାଣ କମ୍ପାନୀ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ଚାଷୀ । ଘରୋଇ ଚାଷ ଜମି   ଗୁଡ଼ିକୁ ଜବରଦଖଲ କରି ନିଜ କାମରେ ଲଗାଇଛି କମ୍ପାନୀ । ଏହାର ପ୍ରତିବାଦରେ ଠିକା କମ୍ପାନୀର ଅଫିସ୍ ସମ୍ମୁଖରେ ପ୍ରତିବାଦ କରିଛନ୍ତି ସ୍ଥାନୀୟ ଅଞ୍ଚଳର ଅନେକ ଚାଷୀ ।

ସୂଚନାଯୋଗ୍ୟ ଯେ, କଟକ ସଦର ନିର୍ବାଚନ ମଣ୍ଡଳୀର କିଶୋରନଗର ତହସିଲ ମହାନଦୀରେ ନିର୍ମାଣ ହେଉଥିବା ସିର୍ଲ ସାଉକେତ ବ୍ରିଜ୍ କାମ ନେଇଥିବା ଠିକା ସଂସ୍ଥା ସ୍ଥାନୀୟ ଚାଷୀ ମାନଙ୍କ ଚାଷ ଜମିକୁ  ଜବରଦଖଲ କରି ନିଜ ଷ୍ଟକ୍ ଗାର୍ଡ ନିର୍ମାଣ କରିଛି । ଚାଷୀ ମାନେ ସମ୍ପୃକ୍ତ ସଂସ୍ଥାକୁ ଯେତେ ଅନୁରୋଧ କଲେ ମଧ୍ୟ ଚାଷୀ ମାନଙ୍କ ଜମି ଛାଡ଼ୁନାହିଁ ଫଳରେ ଅନେକ ଚାଷୀ ଚଳିତ ବର୍ଷ ଚାଷରୁ ବଞ୍ଚିତ ହେବେ । ଏନେଇ ଉକ୍ତ ଠିକା ସଂସ୍ଥା କାର୍ଯ୍ୟାଳୟ ଓ ନିର୍ମାଣସ୍ଥଳୀରେ ଚାଷୀ ମାନେ ପ୍ରତିବାଦ କରିଛନ୍ତି । ଯଦି ସଂସ୍ଥା ଜମି ନଛାଡେ ତେବେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି । ଏ ସଂପର୍କରେ  ସଂପୃକ୍ତ ସଂସ୍ଥାର ଅଧିକାରୀ ମାନେ କିଛି  ଉତ୍ତର ରଖିନାହାନ୍ତି ।

You Can Read:

ମାହାଙ୍ଗା ଅଞ୍ଚଳରେ ବ୍ୟାପିଲା ଝାଡାବାନ୍ତି, ୩୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.