ମାହାଙ୍ଗା ୧୭।୬: ରାଜ୍ୟରେ ୯ଟି ଜିଲ୍ଲାକୁ ବ୍ୟାପିଲାଣି ଝାଡାବାନ୍ତି । କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହେଲେଣି । କଟକ ଜିଲ୍ଲା ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଝାଡାବାନ୍ତିରେ ୩୦ରୁ ଉର୍ଦ୍ଧ୍ବ ରୋଗୀ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କିଛି ରୋଗୀଙ୍କର ଝାଡାବାନ୍ତି ବନ୍ଦ ନହେବାରୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି ।
ସୋମବାର ଠାରୁ ମାହାଙ୍ଗାର ବିଭିନ୍ନ ଅଞ୍ଚଳରୁ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ରୋଗୀମାନେ ମାହାଙ୍ଗା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି । ଆକ୍ରାନ୍ତଙ୍କୁ ମାହାଙ୍ଗା ମେଡିକାଲର ଡାକ୍ତରମାନେ ଚିକିତ୍ସା କରୁଥିବା ବେଳେ କେଉଁ କାରଣ ପାଇଁ ଆକ୍ରାନ୍ତ ହେଉଛନ୍ତି ତାର କାରଣ ସ୍ପଷ୍ଟ ହୋଇନାହିଁ । ବୋଲି ମେଡିକାଲ ପକ୍ଷରୁ ଡାକ୍ତର ସୂଚନା ଦେଇଛନ୍ତି । ସ୍ଥାନୀୟ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଯତ୍ନବାନ ହୋଇ ଏହାର ତୁରନ୍ତ ପ୍ରତିକାର ପାଇଁ ଅଞ୍ଚଳବାସୀ ନିବେଦନ କରିଛନ୍ତି ।
You Can Read:
ଚାଷ ଜମିରେ ଠିକା ସଂସ୍ଥାର ଜବରଦଖଲ ଅଭିଯୋଗ, ଜମି ନଛାଡିଲେ ଚାଷୀଙ୍କ ଆନ୍ଦୋଳନ ଚେତାବନୀ