ପୁଷ୍ପା-୨ ଦଳାଚକଟା ମାମଲା; ହସ୍ପିଟାଲରେ ଆହତ ପିଲାକୁ ଭେଟିଲେ ଅଲ୍ଲୁ ଅର୍ଜୁନ

Published By : Prameya-News7 Bureau | January 07, 2025 IST

ମୁମ୍ଵାଇ ୦୭।୦୧; ଅଭିନେତା ଅଲୁ ଅର୍ଜୁନ । ପୁଷ୍ପା ୨ର ସ୍କ୍ରିନିଂ ସମୟରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଦଳାଚକଟା ହୋଇଥିଲା। ଏହି ସମୟ ମଧ୍ୟରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ପିଲାଟି ଆହତ ହୋଇଥିଲା। ବର୍ତ୍ତମାନ ଆହତ ପିଲାକୁ ଭେଟିବାକୁ ମଙ୍ଗଳବାର କିମସ୍ ହସ୍ପିଟାଲ ଯାଇଥିଲେ ଅଲ୍ଲୁ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । 

ସୋସିଆଲ ମିଡିଆରେ ଅଭିନେତାଙ୍କର ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଡାକ୍ତରଖାନାରୁ ବାହାରକୁ ଆସୁଥିବା ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ଅଭିନେତାଙ୍କ ଲୁକରେ ମଧ୍ୟ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ସେ ତାଙ୍କର ଲମ୍ବା କେଶକୁ କାଟି ଛୋଟ କେଶରେ ପରିବର୍ତ୍ତନ କରିଛନ୍ତି।

ଡିସେମ୍ବର ୪ରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ 'ପୁଷ୍ପା ୨'ର ପ୍ରିମିୟର ସମୟରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ଏହି ସମୟରେ ମୃତ ମହିଳାଙ୍କ ପିଲା ଆହତ ହୋଇଥିଲେ। ଆହତ ପିଲା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଯାହାଙ୍କୁ ଅଭିନେତା ମଙ୍ଗଳବାର ଦିନ ସାକ୍ଷାତ କରି ତାଙ୍କ ସ୍ଵାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ। ସେପଟେ ଆହତ ଶିଶୁର ବାପା କହିଥିଲେ ଯେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.