ନୂଆଦିଲ୍ଲୀ: ଆମେରିକାର ଦକ୍ଷିଣ କାଲିଫର୍ଣ୍ଣିଆରେ ବିମାନ ଦୁର୍ଘଟଣା । ନ୍ୟୁୟର୍କ ଟାଇମ୍ସ ମୁତାବକ, ଗୁରୁବାର ଦ୍ବିପ୍ରହରରେ ପ୍ଲେନ୍ କ୍ରାଶ୍ ହୋଇଛି । ଏକ ସିଙ୍ଗିଲ୍ ଇଞ୍ଜିନ୍ ବିମାନ ଏକ କର୍ପୋରେଟ୍ କୋଠାରେ ଧକ୍କା ଦେଇଥିଲା । ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ଜଣ ଆହତ ହୋଇଥିବା ଖବର ରହିଛି । ୧୦ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୮ଜଣକୁ ସ୍ଥାନୀୟ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି ।
ସଂଯୁକ୍ତ ବିମାନ ଚଳାଚଳ ପ୍ରଶାସନ କ୍ରାଶ୍ ହୋଇଥିବା ବିମାନକୁ ଚିହ୍ନଟ କରିଛି । ଏହା ଗୋଟିଏ ଇଞ୍ଜିନ ଥିବା ଆରବୀ-୧୦ ବିମାନ । ଅରେଞ୍ଜ କାଉଁଣ୍ଟି ପ୍ରତିନିଧିତ୍ବ କରୁଥିବା ଆମେରିକୀୟ ପ୍ରତିନିଧି ଲୁ କୋରେୟା ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ବିମାନଟି ଉଡାଣ ଭରିବା ପରେ ଏକ ଫର୍ଣ୍ଣିଚର ନିର୍ମାଣ ଭବନରେ ମାଡ଼ ହୋଇଥିଲା । ଏହି ଦୁର୍ଘଟଣା ପ୍ରାୟ ଡିଜ୍ରିଲ୍ୟାଣ୍ଡ ଠାରୁ ପ୍ରାୟ ୬ ମାଇଲ୍ ଦୂର ଫୁଲର୍ଟନ ମୁନିସିପାଲ୍ ଏୟାରପୋର୍ଟ ନିକଟରେ ହୋଇଛି ।
ଫୁଲର୍ଟନ ପୋଲିସ ମୁଖପାତ୍ର କ୍ରିଷ୍ଟୀ ଓ୍ବେଲ୍ସ ଆସୋସିଏଟେଡ୍ ପ୍ରେସକୁ ସୂଚନା ଦେଇ କହିଛନ୍ତି, ଗୁରୁବାର ପ୍ରାୟ ଦ୍ବିପ୍ରହର ୨.୦୯ ମିନିଟରେ ବିମାନ ଦୁର୍ଘଟଣା ହୋଇଥିଲା । ଖବର ମିଳିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ ।