ଚୀନର ନୂଆ ଭାଇରସ୍‌କୁ ନେଇ ସ୍ଵାସ୍ଥ୍ୟ ମନ୍ତ୍ରାଳୟର ବୟାନ, କହିଲେ-ଚିନ୍ତା କରିବାର ନାହିଁ, ଭାରତ ପୂରା ପ୍ରସ୍ତୁତ

Published By : Prameya-News7 Bureau | January 05, 2025 IST

ନୂଆଦିଲ୍ଲୀ ୦୫।୦୧; କରୋନା ମହାମାରୀ ସମଗ୍ର ବିଶ୍ୱରେ ବିନାଶ ଘଟାଇଥିଲା। ଏହାର ଭୟ ଏପର୍ଯ୍ୟନ୍ତ ଲୋକଙ୍କ ମନରୁ ବାହାରି ନଥିଲା। ଏବେ ଚାଇନାରେ ଅନ୍ୟ ଏକ ଭାଇରସ୍‌ ଖବର ବିଶ୍ଵ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଭାରତରେ ମଧ୍ୟ ଏ ସମ୍ପର୍କରେ ସତର୍କତା ଅବଲମ୍ବନ କରୁଛି।ଶନିବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଲୋକଙ୍କୁ ଆଶ୍ୱାସନା ଦେଇଛି ଯେ ଚାଇନାରେ ରୋଗ ବୃଦ୍ଧି ହେତୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଏଥିରେ ମାନବ ମେଟାମ୍ୟୁବୋଭାଇରସ୍ (HMPV) ଦ୍ଵାରା ସୃଷ୍ଟି ହୋଇଥିବା ରୋଗ ମଧ୍ୟ ଅନ୍ତର୍ଭୁକ୍ତ। ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଚାଇନାରେ ସବୁକିଛି ଠିକ ଅଛି ଏବଂ ଶ୍ଵାସକ୍ରିୟା ସଂକ୍ରମଣର ମୁକାବିଲା ପାଇଁ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ।

ବୈଠକ ପରେ ମନ୍ତ୍ରଣାଳୟ ବିବୃତ୍ତି ଜାରି କରିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପରିସ୍ଥିତିର ଆକଳନ ପାଇଁ ମିଳିତ ମନିଟରିଂ ଗ୍ରୁପର ଏକ ବୈଠକ ଡାକିବା ପରେ ଏହି ବିବୃତ୍ତି ଆସିଛି। କୌଣସି ସମ୍ଭାବ୍ୟ ବିପଦ ବିଷୟରେ ସଚେତନ ରହିବାକୁ ଅଧିକାରୀମାନେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏବଂ ଅନ୍ୟାନ୍ୟ ଆନ୍ତର୍ଜାତୀୟ ଚ୍ୟାନେଲର ଅପଡେଟଗୁଡିକ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ଏକ ସକ୍ରିୟ ଆଭିମୁଖ୍ୟ ନିଶ୍ଚିତ କରିବାକୁ ଠିକ ସମୟରେ ଅପଡେଟ୍‌ ପ୍ରଦାନ କରିବାକୁ ମନ୍ତ୍ରଣାଳୟ WHO କୁ ଅନୁରୋଧ କରିଛି । ମନ୍ତ୍ରଣାଳୟ କହିଛି ଯେ ଭାରତରେ HMPV ପରି ଭୂତାଣୁ ବିସ୍ତାର ହୋଇସାରିଛନ୍ତି ଏବଂ ବର୍ତ୍ତମାନର ସ୍ୱାସ୍ଥ୍ୟ ଭିତ୍ତିଭୂମି ଯେକୌଣସି ସମ୍ଭାବ୍ୟ ମାମଲା ପରିଚାଳନା କରିବାରେ ସକ୍ଷମ ଅଟେ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ଆବେଦନ କରିଥିଲେ

ଦେଶର ତତ୍ପରତାକୁ ଦୋହରାଇ ମନ୍ତ୍ରଣାଳୟ ଦର୍ଶାଇଛି ଯେ ଭାଇରସ୍‌ର ମୁକାବିଲା ପାଇଁ ଭାରତର ଦୃଢ ନୀରିକ୍ଷଣ ବ୍ୟବସ୍ଥା ଏବଂ ସ୍ୱାସ୍ଥ୍ୟସେବା ସମ୍ବଳ ରହିଛି। ଏହା ସହ  ନାଗରିକମାନଙ୍କୁ ଶାନ୍ତ ରହିବା ସହ ସାବଧାନତା ଅବଲମ୍ବନ କରିବା ଓ ସ୍ୱଚ୍ଛତା ବଜାୟ ରଖିବାକୁ କହିଛି। ଯଦି ଲକ୍ଷଣ ଦେଖାଗଲା ତେବେ ଡାକ୍ତରୀ ପରାମର୍ଶ ଲୋଡ଼ିବାକୁ ଅନୁରୋଧ କରିଛି।

ଚୀନ୍ ଏହି ଖବରକୁ ଅସ୍ୱୀକାର କରିଛି

ଚାଇନା ଦେଶରେ ଏକ ବଡ଼ ଫ୍ଲୁ ବ୍ୟାପିବା ଖବରକୁ ପ୍ରତ୍ୟାଖ୍ୟାନ କରି କହିଛି ଯେ ଏଭଳି ଖବରକୁ ଏଡ଼ାଇବା ଉଚିତ୍, ଯେଉଁଥିରେ ଦାବି କରାଯାଉଛି ଯେ ଚୀନ୍ ହସ୍ପିଟାଲରେ ରୋଗୀମାନଙ୍କର ଭିଡ଼ ଅଛି । ଚୀନ୍ କହିଛି ଯେ ଶୀତ ଋତୁରେ ପ୍ରତିବର୍ଷ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେଇଥାଏ ଚାଇନାରେ ଯାତ୍ରା କରିବା ନିରାପଦ ବୋଲି ସେ ନିଶ୍ଚିତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.