ନୂଆଦିଲ୍ଲୀ: ଦିନ ଥିଲା ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପୂରା ବିଜେପି ସରକାର ବିରୋଧରେ ବିଷୋଦ୍ଗାର କରୁଥିଲେ। ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦୀଙ୍କୁ ନିନ୍ଦା କରୁଥିଲେ। ତାଙ୍କ ବିରୋଧରେ ଦେଶ ବିରୋଧୀ ନାରା ଦେଇଥିବା ଅଭିଯୋଗ ବି ଲାଗିଥିଲା। ହେଲେ ଏବେ ପାଲେଷ୍ଟାଇନ୍ ଅବସ୍ଥା ଦେଖି ଏକଦମ ଚୁପ୍ ହୋଇଯାଇଛନ୍ତି। ତାଙ୍କୁ ଏବେ ଭାରତ ସୁରକ୍ଷିତ ଦେଶ ଲାଗୁଛି। ଭାରତୀୟ ଭାବେ ବି ସେ ଗର୍ବ କରୁଛନ୍ତି।
ଆମେ କହୁଛି ଜେଏନ୍ୟୁ ଛାତ୍ରସଂଘର ପୂର୍ବତନ ଉପସଭାପତି ଶେହଲା ରଶିଦଙ୍କ କଥା। ପାଲେଷ୍ଟାଇନ୍ରେ ଇସ୍ଲାମ ଉଗ୍ରବାଦୀଙ୍କ ବିରୋଧରେ ଇସ୍ରାଏଲ୍ କାର୍ଯ୍ୟାନୁଷ୍ଠାନ ତାଙ୍କର ଆଖି ଖୋଲି ଦେଇଛି। ସେ ଏବେ ପ୍ରଧାନମନ୍ତ୍ରୀଙ୍କ ମୁଗ୍ଧ ପ୍ରଶଂସକ ପାଲଟିଯାଇଛନ୍ତି। ଦିନେ 'ଭାରତ ତେରେ ଟୁକ୍ଡ଼େ ହୋଙ୍ଗେ' ନାରା ଲଗାଇବା ଦଳର ସାମିଲ୍ ହୋଇଥିଲେ ବୋଲି ଅଭିଯୋଗ ହୋଇଥିଲା। ହେଲେ ଆଜି କହୁଛନ୍ତି ମୁଁ ଭାରତୀୟ ଭାବେ ଗର୍ବିତ।
{"id":857040,"width":839,"height":416,"sizeSlug":"full","linkDestination":"none"}ଶେହଲା ରଶିଦଙ୍କର ଏଭଳି ବୟାନକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଜାମ୍ମୁ-କାଶ୍ମୀରରେ ଦୀର୍ଘକାଳୀନ ଶାନ୍ତି ପ୍ରତିଷ୍ଠା ପାଇଁ ଶେହଲା ରଶିଦ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଜାମ୍ମୁ-କାଶ୍ମୀର ଗଭର୍ଣ୍ଣର ମନୋଜ ସିହ୍ନା ଓ ଭାରତୀୟ ସେନାକୁ ପ୍ରଶଂସା କରିଛନ୍ତି।
ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଯୁଦ୍ଧ ପରିସ୍ଥିତି ଲାଗି ରହିଛି। ଆତଙ୍କବାଦୀ ସଂଗଠନ ହମାସ ଓ ଇସ୍ରାଏଲ ବିରୋଧରେ ଭୟଙ୍କର ଯୁଦ୍ଧ ଲାଗିଛି। ଏଥିରେ ୩୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ସହ ଲକ୍ଷ ଲକ୍ଷ ଲୋକଙ୍କର ପଳାୟନ ହେଲାଣି। ମୁସ୍ଲିମ୍ ପ୍ରଭାବିତ ମଧ୍ୟପ୍ରାଚ୍ୟ ରାଷ୍ଟ୍ରରେ ଏଭଳି ଅବସ୍ଥା ଦେଖି ଶେହଲା ରାଶିଦଙ୍କ ଚେତା ପଶିଛି। ସେହି ସବୁ ଦେଶ ଅପେକ୍ଷା ଭାରତ ବହୁତ ଭଲ ବୋଲି ସେ କହିଛନ୍ତି।
{"id":857041,"width":839,"height":208,"sizeSlug":"full","linkDestination":"none"}ଶେହଲା ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି “ମଧ୍ୟପ୍ରାଚ୍ୟରେ ଘଟଣାକୁ ଦେଖି ମୁଁ ଆଜି ଅନୁଭବ କରୁଛି ଯେ ଆମ ଖୁବ୍ ଭାଗ୍ୟବାନ ଯେ ଆମେ ଭାରତୀୟ। ଆମ ସୁରକ୍ଷା ପାଇଁ ଭାରତୀୟ ସେନା ଓ ସୁରକ୍ଷାକର୍ମୀମାନେ ସେମାନଙ୍କର ସବୁକିଛି ତ୍ୟାଗ କରିଦେଉଛନ୍ତି।” କାଶ୍ମୀରରେ ଶାନ୍ତି ପ୍ରତିଷ୍ଠା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଜାମ୍ମୁ-କାଶ୍ମୀର ଗଭର୍ଣ୍ଣର ମନୋଜ ସିହ୍ନା ଓ ଭାରତୀୟ ସେନାକୁ ଶ୍ରେୟ ଦେଇଛନ୍ତି।
ସେହିପରି ଅନ୍ୟ ଏକ ପୋଷ୍ଟରେ ସେ ଲେଖିଛନ୍ତି ଯେ ମଧ୍ୟପ୍ରାଚ୍ୟର ସ୍ଥିତି ଦେଖିଲେ ଲାଗୁଛି ଯେ ସୁରକ୍ଷା ବିନା ଶାନ୍ତି ଅସମ୍ଭବ। ଜାମ୍ମୁ-କାଶ୍ମୀରରେ ଦୀର୍ଘକାଳୀନ ଶାନ୍ତି ପ୍ରତିଷ୍ଠା ପାଇଁ ଚିନାର କର୍ପ ଇଣ୍ଡିଆନ ଆର୍ମୀ, ସିଆର୍ପିଏଫ୍, ଜାମ୍ମୁ-କାଶ୍ମୀର ପୁଲିସ ବହୁତ ତ୍ୟାଗ କରିଛନ୍ତି ବୋଲି ଶେହଲା ରଶିଦ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି।
{"id":857038,"width":837,"height":200,"sizeSlug":"full","linkDestination":"none"}ଗତ ଅଗଷ୍ଟ ମାସରେ ବି ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀଙ୍କ ସରକାରଙ୍କୁ ତାରିଫ କରିଥିଲେ ଶେହଲା। ସେ କହିଥିଲେ ତାଙ୍କ ପୋଷ୍ଟରେ ଲେଖିଥିଲେ ଯେ ସ୍ୱୀକାର କରିବାକୁ ବୋଧ ହୁଏ କଷ୍ଟ ହେଇପାରେ। ହେଲେ କାଶ୍ମୀରରେ ମାନବାଧିକାରର ରେକର୍ଡ ସୁଧାର ହୋଇଛି। ମୋ ମତରେ ମୋଦୀ ସରକାର ଓ ଜାମ୍ମୁ-କାଶ୍ମୀର ପ୍ରଶାସନ ପକ୍ଷରୁ ସଚ୍ଚୋଟ ଆକଳନ ଅନୁସାରେ, ସରକାର ଜୀବନ ବଞ୍ଚାଇବାକୁ ବହୁତ ପ୍ରୟାଶ କରିଛନ୍ତି ବୋଲି ଶେହଲା ରଶିଦ କହିଛନ୍ତି।