WMFଙ୍କ ‘ଇନ୍ ଡେଞ୍ଜର ହେରିଟେଜ ସାଇଟ୍’ରେ ସାମିଲ ହେଲା ‘ଚନ୍ଦ୍ର’, ଜାଣନ୍ତୁ କାହଁକି?

Published By : Prameya-News7 Bureau | January 17, 2025 IST

ନୂଆଦିଲ୍ଲୀ ୧୭।୧୧: ୱାର୍ଲଡ ମନୁମେଣ୍ଟସ୍ ଫଣ୍ଡ (ଡବ୍ଲୁଏମଏଫ) ନିକଟରେ ଚନ୍ଦ୍ରକୁ ସେହି ୨୫ଟି ‘ଇନ୍ ଡେଞ୍ଜର ହେରିଟେଜ ସାଇଟ୍’ରେ ସାମିଲ କରିଛନ୍ତି ଯେଉଁଗୁଡିକ ଲାଗି ସବୁଠୁ ଅଧିକ ବିପଦ ରହିଛି। ଏହି ସୂଚୀରେ ଚନ୍ଦ୍ରକୁ ସାମିଲ କରାଯିବାର ମୁଖ୍ୟ କାରଣ ହେଉଛି ବୃଦ୍ଧି ପାଉଥିବା ବାଣିଜ୍ୟିକ ଓ ବୈଜ୍ଞାନିକ ଆକ୍ଟିଭିଟି, ଯେଉଁଥି ପାଇଁ ଚନ୍ଦ୍ରର କ୍ଷତି ହେଉଛି। ତେବେ ପୃଥିବୀ ବାହାରର କୌଣସି ଐତିହ୍ୟ ସ୍ଥଳକୁ ଏହି ସୂଚୀରେ ସ୍ଥାନିତ କରାଯିବାର ଏହା ପ୍ରଥମ ମାମଲା। 

ଡବ୍ଲୁଏମଏଫଙ୍କ ଚିଫ୍ ଏକଜ୍ୟୁକୁଟିଭ ବେନେଡିକ୍ଟ ଡି.ମଟଲର କହିଛନ୍ତି ଯେ ଦ୍ରୁତ ବଢୁଥିବା ‘ମୁନ ଆକ୍ଟିଭିଟିଜ’ ଯୋଗୁ ଚନ୍ଦ୍ରକୁ ଏହି ସୂଚୀରେ ସ୍ଥାନିତ କରାଯାଇଛି। ତାଙ୍କ ଅନୁସାରେ ଏହି ଗତିବିଦ୍ଧିରେ ପ୍ରୋଟେକ୍ସନ ପ୍ରୋଟକଲ ଅଭାବ ଯୋଗୁ ଚନ୍ଦ୍ରର ହେରିଟେଜ ସ୍ଥଳ ପାଇଁ ଗୁରୁତର ବିପଦ ରହିଛି। ରିପୋର୍ଟ ଅନୁସାରେ ଚନ୍ଦ୍ରକୁ ରୋବୋଟିକ୍ ଓ ମାନବ ଗିତିବିଦ୍ଧି ବଢିବା ଆରମ୍ଭ ହୋଇଯାଇଛି। ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥାନ ନାସାର ଆର୍ଟିମେସ୍ ପ୍ରୋଗ୍ରାମ ୨୦୨୫ସୁଧା ଚନ୍ଦ୍ରରେ ଏକ ସ୍ଥାୟୀ ବେସ୍ ସ୍ଥାପନା ଯୋଜନାରେ କାମ କରୁଛି।  

ଏହା ଛଡା ସ୍ପେସ୍-ଏକ୍ସ ଓ ଅନ୍ୟ କମ୍ପାନୀଙ୍କ ଘରୋଇ ମିସନ ଯୋଗୁ  ମୁନ ଆକ୍ଟିଭିଟିଜରେ  ଦ୍ରୁତ ବୃଦ୍ଧି  ହୋଇଛି। ନାସାଙ୍କ ଯୋଜନା ଚନ୍ଦ୍ରକୁ ଘରୋଇ ଯାତ୍ରାର ରାସ୍ତା ମଧ୍ୟ ଖୋଲିପାରେ। ଫଳରେ ସ୍ପେସ୍ ଜଙ୍କ ଓ ଚନ୍ଦ୍ରପୃଷ୍ଠରେ ଅନଧିକୃତ ଗତିବିଦ୍ଧିର ବିପଦ ବଢିବ।  ଡବ୍ଲୁଏମଏଫଙ୍କ ଅନୁସାରେ ଚନ୍ଦ୍ରରେ ଏପରି ୯୦ଟି ସ୍ଥଳ ରହିଛି ଯାହା ସବୁଦିନ ପାଇଁ ନଷ୍ଟ ହୋଇ ଯାଇପାରେ। ଏଥିରେ ମାନବ ଇତିହାସର ପ୍ରଥମ ଚନ୍ଦ୍ର ଯାତ୍ରାର ସ୍ମୃତି ସ୍ଥଳ ସମେତ ଅନ୍ୟ ଜରୁରି ସ୍ଥଳ ମଧ୍ୟ ନଷ୍ଟ ହେବାର ସମ୍ଭାବନା ଅଧିକ ରହିଛି। 

ଡବ୍ଲୁଏମଏଫଙ୍କ ୱାଚ୍ ଲିଷ୍ଟରେ ସାଧାରଣତଃ ପୃଥିବୀର ଏପରି ସାଂସ୍କୃତିକ ସ୍ଥଳ ସବୁକୁ ତାଲିକାଭୁକ୍ତ କରାଯାଉଛି ଯାହା ଯୁଦ୍ଧ, ପ୍ରାକୃତିକ ବିପର୍ଯ୍ୟୟ ଓ ଜଳବାୟୁ ପରିବର୍ତ୍ତନ କାରଣରୁ ବିପଦରେ ରହିଛି। ଚଳିତବର୍ଷ ସୂଚୀରେ କାପା ନ୍ୟାନ୍ (ଏକ ପ୍ରାଚୀନ ଏଣ୍ଡିଆନ ରୋଡ ନେଟୱାର୍କ),ତୁର୍କିର ଅନ୍ତାକ୍ୟା ଓ ଜାପାନର ନୋଟୋ ପେନିନସୁଲା ଭଳି ସ୍ଥଳକୁ ସୂଚୀରେ ସାମିଲ କରାଯାଇଛି, ଯାହା ନିକଟରେ ଭୂମିକମ୍ପ ଯୋଗୁ ପ୍ରଭାବିତ ହୋଇଥିଲା। 

ଚନ୍ଦ୍ରକୁ ଏହି ସୂଚୀରେ ସାମିଲ କରାଯିବାର କାରଣ ହେଉଛି ଏହି କଥା ଉପରେ ଗୁରୁତ୍ୱ ଦେବା ଯେ ଅନ୍ତର୍ଜାତୀୟ ସ୍ତରରେ ଏପରି ବ୍ୟବସ୍ଥା କରିବା ଯାହା ଚନ୍ଦ୍ରର ଐତିହାସିକ ଓ ସାଂସ୍କୃତିକ ଗୁରୁତ୍ୱକୁ ସଂରକ୍ଷଣ ଦେଇ ପାରିବ। ଏହି ଲିଷ୍ଟରେ ମୁଖ୍ୟତଃ ଯୁଦ୍ଧଗ୍ରସ୍ତ କ୍ଷେତ୍ର ୟୁକ୍ରେନ ଓ ଗାଜା ଅଥବା ଜଳବାୟୁ ସଂକଟ ଯୋଗୁ ଗୁରୁତର ପ୍ରଭାବିତ ହୋଇଥିବା ସ୍ଥଳଙ୍କୁ ପ୍ରାଥମିକତା ଦିଆଯାଏ। ତେବେ ଡବ୍ଲୁଏମଏଫ ମୁଖ୍ୟ କାର୍ଯ୍ୟନିର୍ବାହୀ ମଟଲର କହିଛନ୍ତି ଯେ ଚନ୍ଦ୍ରରେ ଐତିହ୍ୟ ସ୍ଥଳର ସୁରକ୍ଷା ଯୋଗୁ ନା କେବଳ ସରକାରୀ ଓ ଘରୋଇ ଗତିବିଦ୍ଧି ଯୋଗୁ ହେବାକୁ ଥିବା କ୍ଷତି ରୋକା ଯାଇ ପାରିବ ବରଂ ଏହା ସୁନିଶ୍ଚିତ କରାଯାଇ ପାରିବ ଯେ ଆଗାମୀ ପିଢୀ ପାଇଁ ଏହି ସ୍ଥଳ ସୁରକ୍ଷିତ ରହିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.