ବାଂଲାଦେଶ ପ୍ରତି ଭାରତର କଡ଼ା ଆଭିମୁଖ୍ୟ, ସୀମାରେ ଅପରାଧ ରୋକିବା ପାଇଁ ଲଗାଯାଉଛି ବାଡ଼

Published By : Prameya-News7 Bureau | January 17, 2025 IST

ନୂଆଦିଲ୍ଲୀ: ବାଂଲାଦେଶ ଏବଂ ଭାରତ ମଧ୍ୟରେ ସୀମା ସୁରକ୍ଷାକୁ ନେଇ ଉତ୍ତେଜନା ବଢ଼ିଛି। ନିକଟରେ ପଶ୍ଚିମବଙ୍ଗର ମାଲଦା ଜିଲ୍ଲା ଶୁକଦେବପୁର ଗାଁରେ ଭାରତୀୟ ସୀମା ସୁରକ୍ଷା ବଳ (ବିଏସଏଫ) ଏବଂ ବାଂଲାଦେଶ ବର୍ଡର ଗାର୍ଡ (ବିଜିବି) ମଧ୍ୟରେ ବିବାଦ ମଧ୍ୟ ଦେଖିବାକୁ ମିଳିଛି। ପ୍ରକୃତରେ ଏହି ବିବାଦ ଭାରତ ଦ୍ବାରା ସୀମାରେ ଫେନ୍ସିଂ (ବାଡ଼ ଲଗାଇବା) କରିବାକୁ ନେଇ ହୋଇଛି। 

ବାଂଲାଦେଶ ଅଭିଯୋଗ ଆଣିଛି ଯେ, ଭାରତ ଦ୍ବିପାକ୍ଷିକ ବୁଝାମଣାର ଉଲ୍ଲଘଂନ କରି ଭାରତ-ବାଂଲାଦେଶ ସୀମାରେ ପାଞ୍ଚଟି ସ୍ଥାନରେ ବାଡ଼ ଲଗାଇବାକୁ ଚେଷ୍ଟା କରୁଛି। ତେବେ ଏହି ପ୍ରସଙ୍ଗରେ ପୁଣି ଥରେ ବିଦେଶ ମନ୍ତ୍ରଣାଳୟ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଛି। 

ଭାରତୀୟ ବିଦେଶ ମନ୍ତ୍ରଣାଳୟ (MEA)ର ପ୍ରବକ୍ତା ରଣଧୀର ଜୟସଓ୍ବାଲ ଶୁକ୍ରବାର କହିଛନ୍ତି ଯେ, ଆମେ ନିଜର ସ୍ଥିତି କରିଛୁ। ଆମେ ବାଂଲାଦେଶର ଡେପୁଟି ହାଇକମିଶନରଙ୍କୁ ବାଡ଼ ଲଗାଇବା ଉପରେ ସଂପୂର୍ଣ୍ଣ ବିବରଣୀ ଦେଇଛି।  ଆମେ ବାଂଲାଦେଶ ସହ ଅପରାଧ-ମୁକ୍ତ ସୀମା ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ।’’ ସେ ଆହୁରି କହିଛନ୍ତି ଚୋରାଚାଲାଣ, ମାନବ ଚାଲାଣ ଏବଂ ଅନ୍ୟ ଅପରାଧକୁ ରୋକିବା ପାଇଁ ବାଡ଼ବନ୍ଦୀ, ସୀମାରେ ଆଲୋକୀକରଣ, ପ୍ରଯୁକ୍ତି ଉପକରଣ ଲଗାଇବା ଭଳି ଉପାୟ କରାଯାଉଛି।

ସୀମାରେ ବଢ଼ୁଥିବା ଉତ୍ତେଜନାର କାରଣ

ସୂଚନାଥାଉକି, ଭାରତ-ବାଂଲାଦେଶ ସୀମାର ଲମ୍ବ ୪,୦୯୬ କିଲୋମିଟର । ନିକଟରେ ଭାରତ ସୀମାରେ ପାଞ୍ଚ ସ୍ଥାନରେ ବାଡ଼ ଲଗାଇବା ଯୋଜନା କରିଛି, ଯାହାକୁ ବାଂଲାଦେଶ କଡ଼ା ବିରୋଧ କରୁଛି। ଏମିତିରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ଥିବାବେଳେ ଏବେ ପୁଣି ଶୁକଦେବପୁର ଗାଁରେ ବାଡ଼ବନ୍ଦୀର ପ୍ରୟାସ ସ୍ଥିତିକୁ ଆହୁରି ବିଗାଡ଼ିଛି।

ଦ୍ବିପାକ୍ଷିକ ସମ୍ବନ୍ଧରେ ପ୍ରଭାବ

ଭାରତ ଏବଂ ବାଂଲାଦେଶ ମଧ୍ୟ ଏହି ବିବାଦ ଏଭଳି ସମୟରେ ଆସିଛି ଯେତେବେଳେ ଗତ ବର୍ଷ ଅଗଷ୍ଟରେ ବାଂଲାଦେଶରେ ଶାସନ ପରିବର୍ତ୍ତନ ହୋଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସୀନାଙ୍କୁ ହଟାଇ ନୋବେଲ ପୁରସ୍କାର ବିଜେତା ଏବଂ ବର୍ତ୍ତମାନ ଅନ୍ତରୀଣ ସରକାରର ମୁଖ୍ୟମ ମୋହମ୍ମଦ ୟୁନୂସଙ୍କ ନେତୃତ୍ବରେ ନୂଆ ସରକାର ହୋଇଛି। ନୂଆ ନେତୃତ୍ବ କାରଣରୁ ଦ୍ବିପାକ୍ଷିକ ସମ୍ପର୍କରେ ତିକ୍ତତା ଆସିଛି, ଆଉ ସୀମା ବିବାଦରେ ଆହୁରି ଜଟିଳ କରିଛି।

ଭାରତର କହିବା ଅନୁଯାୟୀ, ସୀମାରେ ବାଡ଼ ଲଗାଇବାର ଉଦ୍ଦେଶ୍ୟ ଅପରାଧ ରୋକିବା । ଏହା ପୂର୍ବରୁ କରାଯାଇଥିବା ବୁଝାମଣା ଅନୁଯାୟୀ ହେଉଛି। ପ୍ରବକ୍ତା କହିଛନ୍ତି ବାଂଲାଦେଶ ଏହି ବୁଝାମଣାର ପାଳନ କରି ଭାରତ ସହ ମିଶି ସୀମା ଅପରାଧ ରୋକିବା ପାଇଁ କାମ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.