୫୦ବର୍ଷ ପରେ ଚିଠିରୁ ହେଲା ଖୁଲାସା; କୁମ୍ଭକୁ ଆସିବାକୁ ଚାହୁଁଥିଲେ ଷ୍ଟିଭ୍‌ ଜବ୍ସ

Published By : Prameya-News7 Bureau | January 17, 2025 IST

ନୂଆଦିଲ୍ଲୀ ୧୭।୦୧:  ଆପଲ୍‌ କମ୍ପାନୀ ନିର୍ମାତା । କୁମ୍ଭକୁ ଆସିବାକୁ ଇଚ୍ଛା ରଖିଥିଲେ ଷ୍ଟିଭ୍‌ ଜବ୍ସ । ଏନେଇ ଏକ ଚିଠିରେ ଲେଖିଥିଲେ ନିଜ ଇଚ୍ଛା । କିନ୍ତୁ ଏହି ଇଚ୍ଛା ତାଙ୍କର ହୋଇନଥିଲା ପୂରଣ । କିନ୍ତୁ ସେହି ଚିଠି ୫୦ ବର୍ଷ ପରେ ମିଳିଛି । ଯେଉଁଥିରେ ତାଙ୍କ ଇଚ୍ଛାକୁ ନେଇ ହୋଇଛି ଖୁଲାସା । ଯାହା ବର୍ତ୍ତମାନ କୋଟିକୋଟିରେ ହୋଇଛନ୍ତି ବିକ୍ରି । ଷ୍ଟିଭ୍‌ ଜବ୍ସ ଭାରତ ଯାତ୍ରାରେ ଆସିବାକୁ ଇଚ୍ଛା ରଖିଥିଲେ । 

 ଏଠାକୁ ଆସିବା ପୂର୍ବରୁ ସେ ତାଙ୍କ ବନ୍ଧୁ ଟିମ୍‌ ବ୍ରାଉନ୍‌କୁ ଏକ ଚିଠି ଲେଖିଥିଲେ । ଆଉ ଏଥିରେ ସେ ଭାରତ ଆସିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ୧୯୭୪ ମସିହାରେ ଲେଖାଯାଇଥିବା ଏହି ଚିଠିରେ ଜବ୍ସ ଟିମ୍‌ଙ୍କୁ କହିଥିଲେ ଯେ ସେ କୁମ୍ଭମେଳା ଯିବାକୁ ଚାହାଁନ୍ତି । ବର୍ତ୍ତମାନ ଏହି ଚିଠିଟି ପ୍ରାୟ ୪.୩୨ କୋଟି ଟଙ୍କାରେ ନିଲାମ ହୋଇଛି । ଷ୍ଟିଭ୍ ଜବସ୍‌ଙ୍କ ଚିଠିକୁ ବନହାମ୍ସ ଦ୍ୱାରା ନିଲାମ କରାଯାଇଛି।

ଷ୍ଟିଭ୍ ଜବସ୍ ତାଙ୍କ ପିଲାଦିନର ବନ୍ଧୁ ଟିମ୍ ବ୍ରାଉନ୍‌ଙ୍କୁ ତାଙ୍କ ୧୯ତମ ଜନ୍ମଦିନର କିଛି ସମୟ ପୂର୍ବରୁ ଏହି ଚିଠି ଲେଖିଥିଲେ । ସେ ଟିମ୍‌କୁ ତାଙ୍କର ଭାରତ ଯିବାର ସମ୍ପୂର୍ଣ୍ଣ ଯୋଜନା ବିଷୟରେ କହିଥିଲେ । ଆଉ କହିଥିଲେ କି ସେ କୁମ୍ଭମେଳା ଯିବାକୁ ଚାହାଁନ୍ତି । ଷ୍ଟିଭ୍ ଜବସ୍ ଏହି ଚିଠିର ଶେଷରେ 'ଶାନ୍ତି' ଲେଖିଥିଲେ । ଯାହା ହିନ୍ଦୁ ମାନ୍ୟତାରେ ଶାନ୍ତି ପାଇଁ ବ୍ୟବହୃତ କରାଯାଇଥାଏ । 

ଷ୍ଟିଭ୍ ଜବସ୍ ସେତେବେଳେ ଷ୍ଟିଭ୍ ତାଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଦେଇ ଗତି କରୁଥିଲେ । ସେ କଲମ ଉଠାଇ ଏହି ଚିଠି ଲେଖିଥିଲେ । ଜବସ୍ ୧୯୭୪ ମସିହାରେ ଭାରତ ଆସିଥିଲେ ଏବଂ ସେ ଉତ୍ତରାଖଣ୍ଡର ନିମ୍ କରୋଲି ବାବାଙ୍କ ଆଶ୍ରମକୁ ପରିଦର୍ଶନ କରିବାକୁ ଚାହୁଁଥିଲେ । କିନ୍ତୁ ସେ ଜାଣିବାକୁ ପାଇଲେ ଯେ ଆଧ୍ୟାତ୍ମିକ ଗୁରୁଙ୍କର ଗତବର୍ଷ ହିଁ ଦେହାନ୍ତ ହୋଇ ଯାଇଛନ୍ତି । 

ଏହାସତ୍ତ୍ୱେ ଷ୍ଟିଭ୍ କାଞ୍ଚି ଧାମରେ ରହିବାକୁ ନିଷ୍ପତ୍ତି ନେଲେ ଏବଂ ନିମ କରୋଲି ବାବାଙ୍କ ଶିକ୍ଷାକୁ ଅନୁସରଣ କରି ଚାଲିଥିଲେ । ଷ୍ଟିଭ୍‌ ଭାରତରେ ସାତ ମାସ ରହିଥିଲେ । ଆଉ ଆଧ୍ୟାତ୍ମିକ ଭାବରେ ଅଧିକ ଶକ୍ତିଶାଳୀ ହୋଇ ଆମେରିକାକୁ ଫେରିଯାଇଥିଲେ ଷ୍ଟିଭ୍‌ ।  ସେ ଯେତେବେଳେ ଫେରିଥିଲେ ସେତେବେଳେ ତାଙ୍କର ବ୍ୟକ୍ତିତ୍ୱ ସମ୍ପୂର୍ଣ୍ଣ ବଦଳି ଯାଇଥିଲା । 

ଯାହା ଆପଲର ଯାତ୍ରାରେ ମଧ୍ୟ ପ୍ରତିଫଳିତ ହୁଏ । ଷ୍ଟିଭ୍ ଜବସ୍ କୁମ୍ଭମେଳାକୁ ଯାଇପାରି ନଥିଲେ । କିନ୍ତୁ ତାଙ୍କ ପତ୍ନୀ ଲରେନ୍ ପାୱେଲ୍ ଜବସ୍ ତାଙ୍କ ଇଚ୍ଛା ପୂରଣ କରିବା ପାଇଁ ମହାକୁମ୍ଭକୁ ଆସିଛନ୍ତି । ଆଲର୍ଜି ଥିବା ସତ୍ତ୍ୱେ, ସେ ଗଙ୍ଗା ନଦୀରେ ସ୍ନାନ କରିବାକୁ ଯୋଜନା କରୁଛନ୍ତି । ପାୱେଲ ଜବସ୍‌ଙ୍କର ସହିତ ଭାରତରେ ତାଙ୍କର ୪୦ ଜଣିଆ ଟିମ୍‌ ରହିଛନ୍ତି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.