କାହିଁକି ଭୁଲ ମାଗିଲେ ବିଗ୍ ବି, ଭିଡିଓ ସେୟାର କରି କହିଲେ କାରଣ

Published By : Prameya-News7 Bureau | September 20, 2024 IST

ମୁମ୍ଵାଇ ୨୦।୦୯; ବଲିଉଡ଼ର ବିଗ୍ ବି ଅମିତାଭ ବଚ୍ଚନ। ବର୍ତ୍ତମାନ ସେ କ୍ଷମା ମାଗିଛନ୍ତି । କଥା ଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ କାହିଁକି ..ଏମିତି କ’ଣ କଲେ ଯେଉଁଥି ପାଇଁ ବିଗ୍ ବିଙ୍କୁ କ୍ଷମା ମାଗିବାକୁ ପଡ଼ିଲା । ଅମିତାଭ ବଚ୍ଚନ ନିକଟରେ ସ୍ବଚ୍ଛ ଭାରତ ଅଭିଯାନ ଲାଗି ଏକ ଭିଡ଼ିଓ ସେୟାର କରିଥିଲେ । ସେଥିରେ ସେ ମରାଠୀରେ କଥା ହେଉଥିବା ନଜର ଆସିଥିଲା । କିନ୍ତୁ ଏକ ଶଦ୍ଦର ଭୁଲ୍ ଉଚ୍ଚାରଣ ହୋଇଥିଲା । ଏହାପରେ ଯେତେବେଳେ ତାଙ୍କୁ ନିଜ ଭୁଲ୍ ଜଣାପଡ଼ିଲା ସେତେବେଳେ ସେ ଫ୍ୟାନ୍ସଙ୍କ ଲାଗି ଏକ ନୂଆ ଭିଡ଼ିଓ ସେୟାର କଲେ । 

ନିକଟରେ ଅମିତାଭ ବଚ୍ଚନ ଫ୍ୟାନ୍ସଙ୍କୁ ସଚେତନ କରିବାକୁ ଏକ ଭିଡ଼ିଓ ସେୟାର କରିଥିଲେ । ଯେଉଁଠାରେ ସେ ଫ୍ୟାନ୍ସଙ୍କୁ ସ୍ବଚ୍ଛତାକୁ ନେଇ ସଚେତନତା କରୁଥିଲେ । କିନ୍ତୁ ଏହି ଭିଡ଼ିଓରେ ସେ ‘ଅଳିଆ’ ଶଦ୍ଦର ଭୁଲ୍ ଉଚ୍ଚାରଣ କରିଥିଲେ । ମରାଠୀରେ ଏହି ଶଦ୍ଦର ଉଚ୍ଚାରଣ ଭୁଲ୍ ହୋଇଥିଲା । ଏଥିପାଇଁ ସେ ସମସ୍ତଙ୍କୁ ଭୁଲ୍ ମାଗିଛନ୍ତି ଏବଂ ଭୁଲ୍ ସୁଧାରିବାର କଥା ମଧ୍ୟ କହିଛନ୍ତି ।


ଏହାପରେ ତାଙ୍କ ବନ୍ଧୁ ସୁଦେଶ ଭୋସେଂଲ ତାଙ୍କୁ ଶଦ୍ଦର ଭୁଲ୍ ଉଚ୍ଚାରଣ ବିଷୟରେ କହିଥିଲେ । ତାଙ୍କୁ ଯେଭଳି ଭାବେ ଭୁଲ ଜଣାପଡ଼ିଥିଲା ତ ସେ ଏହାକୁ ସୁଧାରିଥିଲେ । ନୂଆ ଭିଡ଼ିଓ ସେୟାର କରି ବିଗ୍ ବି କହିଥିଲେ କି, ମୋର ଜଣେ ବନ୍ଧୁ କହିଥିଲେ କି, ‘ମୁଁ ‘ଅଳିଆ’ ଶଦ୍ଦର ମରାଠୀରେ ଭୁଲ୍ ଉଚ୍ଚାରଣ କରିଛି । ଏଥିଲାଗି ମୁଁ ପୁଣି ଥରେ ନୂଆ ଭିଡ଼ିଓ ସେୟାର କରି କରିଛି । ନିଜ ଭୁଲ୍କୁ ବି ସୁଧାରୁଛି । ’

  

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.