ଜଗାକୁ ଲାଗି ହେଲା ଜୈବିକ ଅନ୍ନ, ଆଗକୁ ଭୋଗରେ ଲାଗିବ ଅର୍ଗାନିକ ଡାଲି ଓ ପରିବା

Published By : Prameya-News7 Bureau | February 21, 2025 IST

ଭୁବନେଶ୍ୱର ୨୧/୦୨: ମହାପ୍ରଭୁଙ୍କ ପାଖରେ ଲାଗି ହେଲା ଜୈବିକ ଚାଉଳରେ ପ୍ରସ୍ତୁତ ଅମୃତ ଅନ୍ନ । ଗୁରୁବାର ମଧ୍ୟାହ୍ନ ଧୂପରେ ଭୋଗ ଲାଗିଲା ଅମୃତ ଅନ୍ନ। ସୁଆର ମହାସୁଆର ନିଯୋଗ ପାଞ୍ଚ ପ୍ରକାର ଜୈବିକ ଚାଉଳ ପାଇବା ପରେ ପ୍ରସ୍ତୁତ ହୋଇଥିଲା ଅନ୍ନ । ଝିଲି, ଗୋବିନ୍ଦ ଭୋଗ, କଳାଜିରା, ପଦ୍ମକେଶରୀ, ୧୦୧୪ । 

ସେଥିମଧ୍ୟରୁ ଗୋବିନ୍ଦ ଭୋଗ ଚାଉଳ ଓ ଝିଲି ଚାଉଳକୁ କୋଠ ଭୋଗରେ ବ୍ୟବହୃତ କରିବା ପାଇଁ ମୋହର ମାରିଲା  ଶ୍ରୀମନ୍ଦିର ପ୍ରଶାସନ । ବାକି ପ୍ରଜାତି ଜୈବିକ ଚାଉଳ ସାଧାରଣ ଶ୍ରଦ୍ଧାଳୁଙ୍କ ନିମନ୍ତେ ମହାପ୍ରସାଦ ହୋଇ ଆନନ୍ଦ ବଜାରରେ ବିକ୍ରି ହେବ । ଏହି ମହାପ୍ରସାଦକୁ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ,ସୁଆର ମହାସୁଆର ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀମାନେ ସେବନ କରିଥିଲେ । 

ଆଗାମୀ ଦିନରେ ଏହି ସବୁ ଚାଉଳକୁ ଅଧିକ ମହଜୁଦ ରଖିବାକୁ ବିଭିନ୍ନ ସଂଗଠନମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ,  ରାଜ୍ୟ ସରକାରଙ୍କ କୃଷି ବିଭାଗ ପକ୍ଷରୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇବା ପାଇଁ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର  ମୁଖ୍ୟ ପ୍ରଶାସକ । ଆଗକୁ ଡାଲି ଓ ପରିବା ପ୍ରଭୃତି ଜୈବିକ ପଦ୍ଧତିରେ ଉତ୍ପାଦନ କରାଯାଇ ମହାପ୍ରସାଦରେ ବ୍ୟବହାର  ହେବ । ଶୀଘ୍ର ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.