ସାହସ ଦେଖାିଇଲେ, ଚୋରଙ୍କୁ ବିଦାକଲେ, ମହିଳାଙ୍କ ଭୈରବ ରଡିରେ ଛୁ ମାରିଲେ ଡକାୟତ

Published By : Prameya-News7 Bureau | October 03, 2024 IST

ଅମ୍ରିତସର ୦୩/୧୦: ସାହସ ଥିଲେ ଶତ୍ରୁ ବି ନଇଁଯାଏ । ବେଳେବେଳେ ବଗବାନ ବି ହୁଅନ୍ତି ସହାୟ । ଖାସ୍ କରି ଜଣେ ମହିଳା ଏମିତି ସାହସ ଦେଖାଇ ରକ୍ଷା କରିଛନ୍ତି ନିଜ ଘରର ସୁରକ୍ଷା । ଖାଲି ସୁରକ୍ଷା ନୁହେଁ ତ ଜୀବନ ବି ବଞ୍ଚିଯାଇଛି । ଏମିତିକି ତିନି ଡକାୟତଙ୍କୁ ଏକାକି ଅଟକାଇଦେଇଛନ୍ତି ଜଣେ ମହିଳା । ଯାହାର ଦୃଶ୍ୟ କେଦ ହୋଇଛି ସିସିଟିଭିରେ । 

ପଂଜାବ ଅମୃତସରରୁ ନଜର ଆସିଛି ଏମିତି ଘଟଣା । ତିନି ଡକାୟତ ମହିଳାଙ୍କ ଘରେ ପଶିବାକୁ ଉଦ୍ୟମ କରୁଥିବାବେଳେ ସେ ଏକାକି କବାଟକୁ ଠେଲିଧରି ଚିତ୍କାର କରିବା ଫଳରେ ସେମାନେ ପଳାୟନ କରିଛନ୍ତି । ଏ ଘଟଣାର ସିସିଟିଭି ପୁଟେଜ ଏବେ ଭାଇରାଲ ହେବାରେ ଲାଗିଛି । ଏହି ସାହସୀ ମହିଳାଙ୍କ ନାଁ ମନଦୀପ କୌର । ତାଙ୍କ ସ୍ୱାମୀ ବାହାରେ ଥିଲେ । ଘରେ ସେ ଓ ତାଙ୍କର ଦୁଇ ପିଲା ଥିଲେ । 


ଏହି ସମୟରେ ତିନି ଜଣ ଡକାୟତ ତାଙ୍କ ଘରେ ପଶିବାକୁ ଉଦ୍ୟମ କରିଥିଲେ । ହେଲେ ସାହସ ଦେଖାଇ ମହିଳା ଜଣକ ନିଜର ସମସ୍ତ ବଳ ପ୍ରୟୋଗ କରି କବାଟକୁ ଭିତର ପଟୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ । ବାହାରପଟୁ ଡକାୟତମାନେ ମଧ୍ୟ କବାଟ ଠେଲି ଭିତରକୁ ଆସିବାକୁ ଉଦ୍ୟମ ଚଳାଇଥାନ୍ତି । 

ମାତ୍ର, ମିହଳା ଜଣକ ନଡରି ନିଜ ଉଦ୍ୟମ ଜାରି ରଖିଥିଲେ ଓ କୌଣସି ପ୍ରକାରେ କବାଟର କିଳିଣି ଲଗାଇ ଦେଇଥିଲେ । ଏହା ସହିତ ସେ ନିଜ ଶରୀରକୁ କାବଟରେ ଚାପି ରଖି ପାଖରେ ଥିବା ଗୋଟିଏ ସୋଫା ଆଣି କବାଟକୁ ଲଗାଇ ଦେଇଥିଲେ । ପରେ ବିଫଳ ହୋଇ ସେଠାରୁ ଚମ୍ପଟ ମାରିଥିଲେ ଡକାୟତ ମାନେ । ମହିଳାଙ୍କ ଏଭଳି ସାହସକୁ ଚାରୁଆଡୁ ପ୍ରଶଂସା କରାଯାଉଛି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.