ଅମୃତ ଭାରତ ଷ୍ଟେସନ ଯୋଜନା : ଆଜି ୫୦୮ ରେଳ ଷ୍ଟେସନର ଶିଳାନ୍ୟାସ, ଓଡିଶାରୁ ରହିଛି ୨୫

Published By : Prameya-News7 Bureau | August 06, 2023 IST

ନୂଆଦିଲ୍ଲୀ ୦୬।୦୮:  ଅମୃତ ଭାରତ ଷ୍ଟେସନ୍ ଯୋଜନାରେ ଦେଶର ୧୩୦୯ଟି ରେଳ ଷ୍ଟେସନର ପୁନଃ ବିକାଶ ହେବ । ପ୍ରାଥମିକ ପର୍ଯ୍ୟାୟରେ ଆଜି ୫୦୮ଟି ରେଳ ଷ୍ଟେସନର ପୁନଃ ବିକାଶ ପାଇଁ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭର୍ଚୁଆଲ୍ ମାଧ୍ୟମରେ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ।

ତେବେ ପ୍ରଥମ ପର୍ଯ୍ୟାୟରେ ୨୭ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୫୦୮ଟି ରେଳଷ୍ଟେସନ ମଧ୍ୟରେ ଓଡ଼ିଶାର ୨୫ଟି ରେଳ ଷ୍ଟେସନ ସ୍ଥାନ ପାଇଛି । ଓଡ଼ିଶାର ଖୋର୍ଦ୍ଧା ଏବଂ ସମ୍ବଲପୁର ରେଳ ଡିଭିଜନ ପରିସୀମାରେ ଥିବା ୨୫ଟି ଷ୍ଟେସନର ଉନ୍ନତୀକରଣ କରାଯିବ। ଓଡ଼ିଶାର ସମ୍ବଲପୁର ଡିଭିଜନର ୧୧ଟି ଷ୍ଟେସନ ଏବଂ ଖୋର୍ଦ୍ଧା ଡିଭିଜନର ୧୪ଟି ଷ୍ଟେସନ ପ୍ରଧାନମନ୍ତ୍ରୀ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ଏଥିପାଇଁ କେନ୍ଦ୍ର ସରକାର ୫୩୧ କୋଟିରୁ ଅଧିକ ଟଙ୍କା ବ୍ୟୟ କରିବେ । ଯାତ୍ରୀଙ୍କୁ ସୁବିଧା ଯୋଗାଇଦେବା ସହିତ ଯାତ୍ରୀମାନଙ୍କର ମାର୍ଗଦର୍ଶନ ପାଇଁ ଭଲ ଡିଜାଇନ୍ ହୋଇଥିବା ଟ୍ରାଫିକ୍ ବ୍ୟବସ୍ଥା, ସ୍ଥାନୀୟ ସଂସ୍କୃତି, ଐତିହ୍ୟ ଏବଂ ସ୍ଥାପତ୍ୟ ଦ୍ୱାରା ଷ୍ଟେସନ୍ ଗୁଡ଼ିକ ଅନୁପ୍ରାଣିତ ହେବ।

wp:embed {"url":"https://www.prameyanews7.com/india-and-west-indies-seocnd-t-20-match-today/","type":"wp-embed","providerNameSlug":"prameya-news-7"}
https://www.prameyanews7.com/india-and-west-indies-seocnd-t-20-match-today/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.