ମୁକେଶ ଅମ୍ବାନୀଙ୍କ ତୁଳନାରେ ଜାଣନ୍ତୁ କେତେ ଗରିବ ଅନିଲ ଅମ୍ବାନୀ, ଦିନେ ଭାଇଙ୍କ ଠାରୁ ବି ଥିଲେ ଧନୀ

Published By : Prameya-News7 Bureau | April 12, 2023 IST

ମୁମ୍ବାଇ ୧୨।୪: ନିକଟରେ ଫୋର୍ବସ ବିଶ୍ୱର ଧନାଢ୍ୟ ବ୍ୟକ୍ତିଙ୍କ ସୂଚୀ ଜାରି କରିଛନ୍ତି। ଯେଉଁଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ତାଙ୍କର ୮୩.୪ ବିଲିୟନ ଡଲାର ସମ୍ପତ୍ତି ସହ ସୂଚୀର ନବମ ସ୍ଥାନରେ ରହିଛନ୍ତି। ବିଶ୍ୱର ୨ହଜାର ୫୦୦ରୁ ଅଧିକ ଧନୀକଙ୍କ ଏହି ସୂଚୀରେ ମୁକେଶଙ୍କ ସାନ ଭାଇ ଅନିଲ ଅମ୍ବାନୀଙ୍କ ନାମ କୌଣସି ସ୍ଥାନରେ ବି ନାହିଁ।  ଅନ୍ୟପକ୍ଷରେ ଅନିଲ ଅମ୍ବାନୀଙ୍କ କମ୍ପାନୀ ଋଣରେ ବୁଡି ରହିଥିବା ବେଳେ ତାଙ୍କର ଆଉ କେତେକ କମ୍ପାନୀ ବିରୋଧରେ ଦେବାଳିଆ ପ୍ରକ୍ରିୟା ଜାରି ରହିଛି। ତେବେ ଅନିଲ ଅମ୍ବାନୀଙ୍କ ପରିସ୍ଥିତି ଏତେ ଖରାପ ହେଲା କେମିତି ଆସନ୍ତୁ ଜାଣିବା।

{"id":771667,"sizeSlug":"full","linkDestination":"none"}

ବ୍ଲୁମବର୍ଗ ବିଲିୟନେୟର୍ସ ରିୟଲ ଟାଇମ୍ ଇଣ୍ଡେକ୍ସ ଅନୁସାରେ ମୁକେଶ ଅମ୍ବାନୀ ତାଙ୍କର ୮୭.୨ ବିଲିୟନ ଡଲାରର ସମ୍ପତ୍ତି ସହ ବିଶ୍ୱର ଦ୍ୱାଦଶତମ ଧନଶାଳୀ ବ୍ୟକ୍ତି। ସେ ଏସିଆର ମଧ୍ୟ ସବୁଠୁ ବିତ୍ତଶାଳୀ ବ୍ୟକ୍ତି। ତେବେ ୨୦୨୩ ଆରମ୍ଭ ଠାରୁ ଏପର୍ଯ୍ୟନ୍ତ ତାଙ୍କ ଲାଗି ବର୍ଷଟି ଏତେ ଖାସ ସାବ୍ୟସ୍ତ ହୋଇ ନାହିଁ। ବର୍ଷ ଆରମ୍ଭ ଦିନରୁ ଏପର୍ଯ୍ୟନ୍ତ ମୁକେଶ ୬.୪୦ ବିଲିୟନ ଡଲାରର ସମ୍ପତ୍ତି ହରେଇଲେଣି। ଯଦି ମୁକେଶଙ୍କ ସହ ତାଙ୍କ ସାନଭାଇଙ୍କୁ ତୁଳନା କରାଯାଏ ତେବେ ଆକାଶ ପାତାଳ ଫରକ ଦେଖିବାକୁ ମିଳିବ। ମୁକେଶଙ୍କ ତୁଳନାରେ ଅନିଲ ବହୁତ ଗରିବ ହୋଇଯାଇଛନ୍ତି।

ଏକ ସମୟରେ ବିଶ୍ୱର ଶ୍ରେଷ୍ଠ ଧନଶାଳୀ ବ୍ୟକ୍ତି ଥିବା ଅନିଲ ଫେବୃଆରୀ  ୨୦୨୦ରେ ବ୍ରିଟେନର ଏକ କୋର୍ଟରେ ତାଙ୍କ ମାମଲାର ଶୁଣାଣି କାଳରେ ତାଙ୍କ ସମ୍ପତ୍ତି ଶୂନ୍ୟ ହୋଇଯାଇଥିବା ସେ କହିଥିଲେ। ୨୦୦୭ ମସିହାରେ ତାଙ୍କ ମୋଟ ସମ୍ପତ୍ତିର ପରିମାଣ ୪୫ ବିଲିୟନ ଡଲାରରୁ ବି ଅଧିକ ଥିଲା। ତେବେ ୨୦୨୦ରେ ସେ ତାଙ୍କର ସମ୍ପତ୍ତିକୁ ଶୂନ୍ୟ ବୋଲି କୋର୍ଟଙ୍କୁ କହିଥିଲେ। ଯେଉଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜକୁ ଧିରୁଭାଇ ଅମ୍ବାନୀ ଆରମ୍ଭ କରିଥିଲେ ତାର ୨ ଜଣ ଉତ୍ତରାଧିକାରୀ ଥିଲେ। ସେମାନେ ହେଉଛନ୍ତି ମୁକେଶ ଅମ୍ବାନୀ ଓ ଅନିଲ ଅମ୍ବାନୀ। ତେବେ ଧିରୁଭାଇ ଅମ୍ବାନୀ ତାଙ୍କ ପରଲୋକ ପୂର୍ବରୁ କୌଣସି ଉତ୍ତରାଧିକାରୀ ଚୟନ କରିନଥିଲେ।

{"id":771663,"width":841,"height":575,"sizeSlug":"full","linkDestination":"none"}

ଉତ୍ତରାଧିକାରୀ ସ୍ଥିର ହୋଇ ନଥିବାରୁ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ତେବେ ସେମାନଙ୍କ ମା ଦୁଇ ଭାଇଙ୍କ ମଧ୍ୟରେ ବୁଝାମଣା କରାଇଥିଲେ। ମୁକେଶ ଗ୍ରୁପର ପେଟ୍ରୋକେମିକାଲସ୍, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଇଣ୍ଡିଆନ ପେଟ୍ରୋକେମିକାଲସ୍ କର୍ପ, ରିଲାଏନ୍ସ ପେଟ୍ରୋଲିୟମ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଆଲ ଇନଫ୍ରାଷ୍ଟ୍ରକ୍ଚରକୁ ନେଇଥିଲେ। ଅନ୍ୟପଟରେ ଅନିଲ ଅମ୍ବାନୀ ରିଲାଏନ୍ସ କମ୍ୟୁନିକେସନସ୍, ରିଲାଏନ୍ସ କ୍ୟାପିଟାଲ, ରିଲାଏନ୍ସ ଏନର୍ଜୀ ଓ ରିଲାଏନ୍ସ ନ୍ୟାଚୁରାଲ ରିସୋର୍ସେସ କୁ ନେଇ ଅନିଲ ଧିରୁଭାଇ ଅମ୍ବାନୀ ଗ୍ରୁପ (ଏଡିଜି) ଗଠନ କରିଥିଲେ।

କମ୍ପାନୀ ଦୁଇଭାଇଙ୍କ ମଧ୍ୟରେ ବାଣ୍ଟି ହୋଇଯିବା ପରେ ଅନିଲ ଅମ୍ବାନୀଙ୍କ କାରବାର ଦିନକୁ ଦୁଇ ରାତିକୁ ଚାରିଗୁଣା ହାରରେ ଅଭିବୃଦ୍ଧି କରିବାରେ ଲାଗିଥିଲା। ୨୦୦୬ ମସିହା ବେଳକୁ ଅନିଲ ମୁକେଶଙ୍କଠାରୁ ମଧ୍ୟ ଧନସମ୍ପତ୍ତିରେ ଆଗରେ ଥିଲେ। ସେତେବେଳେ ଅନିଲଙ୍କ ସମ୍ପତ୍ତି ପରିମାଣ ମୁକେଶଙ୍କ ମୋଟ ସମ୍ପତ୍ତି ପରିମାଣରୁ ୫୫୦ କୋଟିରୁ ବି ଅଧିକ ଥିଲା। ତେବେ ସମୟ ସହିତ ଅନିଲଙ୍କ କମ୍ପାନୀମାନେ ଋଣ ଜାଲରେ ଛନ୍ଦି ହୋଇପଡିଥିଲେ। ଅପରପକ୍ଷେ ମୁକେଶ ଅମ୍ବାନୀ ସଫଳତାର ସିଡି ଚଢିବା ଆରମ୍ଭ କରିଥିଲେ।

{"id":771668,"sizeSlug":"full","linkDestination":"none"}

ଆଜି ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାର୍କେଟ କ୍ୟାପିଟାଲ ୧୫,୮୬,୪୬୩.୦୦ କୋଟି ଟଙ୍କାରେ ପହଞ୍ଚି ଥିବା ବେଳେ ଏହି ମାର୍କେଟ କ୍ୟାପିଟାଲ ସହିତ ଦେଶର ସର୍ବ ବୃହତ୍ତ କମ୍ପାନୀରେ ପରିଣତ ହୋଇଛି। ଅପରପକ୍ଷେ ଋଣରେ ଦେବାଳିଆ ହୋଇପଡିଛନ୍ତି ଅନିଲ ଅମ୍ବାନୀ ତାଙ୍କର କେତେକ କମ୍ପାନୀଙ୍କ ବିରୋଧରେ ଦେବାଳିଆ କାର୍ଯ୍ୟାନୁଷ୍ଠାନ ହେଉଥିବା ବେଳେ ଋଣ ନ ସୁଝି ପାରୁଥିବାରୁ ବିଦେଶୀ କୋର୍ଟରେ ନିଜକୁ ଦେବାଳିଆ ଘୋଷଣା କରିବାକୁ ବି ଅନିଲ କୁଣ୍ଠାବୋଧ କରୁ ନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.