ପଣ୍ଡା ଅଳଙ୍କାରରୁ ଲୁଟ୍ ଓ ଗୁଳିମାଡ଼ ଘଟଣା : ଅନ୍ୟ ଜଣେ ଅଭିଯୁକ୍ତ ଗିରଫ, ସୁନା ଅଳଙ୍କାର ଜବତ

Published By : Prameya-News7 Bureau | January 24, 2025 IST

ଯାଜପୁର ରୋଡ଼୍ ୧: ଯାଜପୁର ଜିଲ୍ଲା ପାଣିକୋଇଲି ସ୍ଥିତ ପଣ୍ଡା ଅଳଙ୍କାର ସୁନା ଦୋକାନରୁ ଲୁଟ୍ ଓ ଗୁଳିମାଡ଼ ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କଲା ଯାଜପୁର ପୋଲିସ । ଅଭିଯୁକ୍ତକୁ ରାଜ୍ୟ ବାହାରୁ ଗିରଫ କରାଯାଇଥିବା ବେଳେ ତା ନିକଟରୁ ଗୋଟିଏ ବନ୍ଧୁକ ସହ ୪ଟି ଜୀବନ୍ତ ଗୁଳି, ୨ଟି ମୋବାଇଲ ଓ କିଛି ସୁନା ଅଳଙ୍କାର ଜବତ କରାଯାଇଛି । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବା ସହ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ପୋଲିସ । 

ପୂର୍ବରୁ ଏହି ଘଟଣାରେ ୨ ଜଣ ଅଭିଯୁକ୍ତ ଗିରଫ ହୋଇ ଏବେ ଜେଲ୍‌ରେ ରହିଛନ୍ତି । ଘଟଣାକୁ ନେଇ ଯାଜପୁର ରୋଡ଼ ଏସ୍‌ଡିପିଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗତ ଜାନୁଆରୀ ୪ ତାରିଖ ଦିନ ଘଟିଥିଲା ଏହି ଘଟଣା । ପଣ୍ଡା ଅଳଙ୍କାର ସୁନା ଦୋକାନରୁ ଲୁଟ୍ କରିବା ପରେ ଫେରାର ହେବା ସମୟରେ ଗୁଳି ଚଳାଇଥିଲେ ଲୁଟେରା । ଫଳରେ ଲୁଟେରାଙ୍କ ଗୁଳିରେ ୨ ଜଣ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ୨ ଜଣ ଲୁଟେରାଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ । ତେବେ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଜାଲ ବିଛାଇବା ସହ ତଦନ୍ତ ଜାରି ରଖିଥିବା ଯାଜପୁର ରୋଡ଼ ଏସଡିପିଓ କହିଛନ୍ତି ।

You Can Read:

‘କମେଡି ଇନ୍ ଖାକି’ ପୁସ୍ତକରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ଷେପକୁ ନିନ୍ଦା କଲା ହିଞ୍ଜିଳି ବିଜେଡି, କୁଶପୁତ୍ତଳିକା ଦାହ କରି ବହିକୁ ପୋଡିଲେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.