ବ୍ରହ୍ମପୁର ୨୪।୧: ମଣ୍ଡିରୁ ଧାନ ଉଠାଇବାରେ ବିଳମ୍ୱ ଓ ଅବହେଳା କାରଣରୁ ପ୍ରଦର୍ଶନ କରିଥିବା ହେତୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୬ ଘଣ୍ଟା ମଧ୍ୟରେ କାରଣ ଦର୍ଶାଅ ନୋଟିସ୍ ଜାରି । ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକର ୪ ଜଣ, ଗଞ୍ଜାମ ବ୍ଲକର ୪ ଜଣ ଓ ପୁରୁଷୋତ୍ତମ ବ୍ଲକର ୩ ଜଣ ମିଲରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।
ଚଳିତ ମାସ ଜାନୁଆରୀ ୨୦ ତାରିଖରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ଯୋଗାଣ ବିଭାଗ ଓ ସମବାୟ ବିଭାଗର ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଚଳିତ ଖରିଫ ବର୍ଷ ୨୦୨୪-୨୫ ଧାନ କ୍ରୟ ସମ୍ବନ୍ଧୀୟ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ସମୀକ୍ଷା ବୈଠକରେ ୧୧ ଜଣ ମିଲର ଧାନ ଉଠାଇବାରେ ବିଳମ୍ୱ ଓ ଅବହେଳା କରୁଥିବାର ତଥ୍ୟ ଜିଲ୍ଲା ପ୍ରଶାସନର ଦୃଷ୍ଟିଗୋଚର ହୋଇଥିଲା । ତେଣୁ ଜିଲ୍ଲା ପ୍ରଶାସନ ତରଫରୁ ସେହି ୧୧ ଜଣ ମିଲରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇ ଅବିଳମ୍ବେ ମଣ୍ଡିରୁ ଧାନ ଉଠାଇବାକୁ ତାଗିଦ କରାଯାଇଛି । ଏହାର ଖିଲାପ କଲେ ଜିଲ୍ଲା ପ୍ରଶାସନ ତରଫରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଇ ଦିଆଯାଇଛି ।
You Can Read:
ଦାୟିତ୍ୱ ଗ୍ରହଣ କଲେ ଛତ୍ରପୁର ବ୍ଲକ୍ର ନୂଆ ବିଡ଼ିଓ ସମ୍ବିତ ସଂଗ୍ରାମଜିତ ସାହୁ