ଚିକିଟି ମଦ ମୃତ୍ୟୁ ଘଟଣାରେ ବନ୍ଧାହେଲେ ଆଉ ଜଣେ, ୮ରେ ପହଞ୍ଚିଲା ଗିରଫ ସଂଖ୍ୟା

Published By : Prameya-News7 Bureau | August 23, 2024 IST

ଦିଗପହଣ୍ଡି ୨୩।୮: ଗଞ୍ଜାମ ଜିଲ୍ଲା ଚିକିଟି ମଦ ମୃତ୍ୟୁ ଘଟଣାରେ ଆଉ ଜଣଙ୍କୁ ଗିରଫ କଲା ପୋଲିସ । ମଦ ବେପାରୀ ରାଜେନ୍ଦ୍ର ସାହୁକୁ ଗିରଫ କଲା ପୋଲିସ । ମୋଟ୍ ଗିରଫ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ଏ ନେଇ କେ.ନୂଆଗାଁ ଆଇଆଇସି କିଶୋର କୁମାର ସାମଲ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍‌ କେ.ନୂଆଗାଁ ଥାନା ଅନ୍ତର୍ଗତ ମାଉନ୍ଦପୁରରେ ବିଷାକ୍ତ ମଦ ପିଇ ୨୦ରୁ ଉର୍ଦ୍ଧ୍ବ ଅସୁସ୍ଥ ହୋଇଥିବା ବେଳେ ବୁଧବାର ଦୁଇ ଜଣ ଆଖି ବୁଜିଥିଲେ । ସେମାନେ ହେଲେ ଜେନାପୁର ଗ୍ରାମର ଜୁର ବେହେରା ଓ ତାଙ୍କ ପଡୋଶୀ ଲୋକନାଥ ବେହେରା । ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲ ଆଇସିୟୁରେ ସେମାନେ ଚକିତ୍ସାଧୀନ ଥିଲେ । 

ଚିକିଟି କରବାଲୁଆ ଓ ଜେନାପୁର ଅଞ୍ଚଳର ବହୁ ବ୍ୟକ୍ତି ସୋମବାର ମାଉନ୍ଦପୁର ଯାଇ ବିଷାକ୍ତ ମଦ୍ୟପାନ କରିଥିଲେ । ମଦ୍ୟପାନ ପରେ ୨୦ ଜଣ ଝାଡ଼ାବାନ୍ତିର ଶିକାର ହେବା ସହିତ ସମସ୍ତଙ୍କ ଦେହ ଥରିବା ଓ ମୁଣ୍ଡ ବୁଲେଇବା ଲକ୍ଷଣ ଦେଖାଦେଇଥିଲା । ଏବେ ବି ଘଟଣାରେ ୩ ଜଣ ଗୁରୁତର ଭାବେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ଘଟଣାରେ ଜଣେ ମହିଳାଙ୍କ ସମେତ ମୋଟ୍‌ ୮ ଜଣକୁ ଉଭୟ ଅବକାରୀ ଓ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । 

You Can Read:

ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ, ପାସ୍ ହାର ୫୫.୪ ପ୍ରତିଶତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.