ନୂଆଦିଲ୍ଲୀ: ରଣଜୀ ଟ୍ରଫିରେ ଇତିହାସ । ଗୋଟିଏ ଇନିଂସରେ ୧୦ ଓ୍ବିକେଟ୍ । ବିପକ୍ଷ ବ୍ୟାଟରଙ୍କୁ ଏକାକୀ ଧରାଶାୟୀ କଲେ ବୋଲର । ଶୁକ୍ରବାର ହରିୟାଣା ବନାମ କେରଳ ମଧ୍ୟରେ ଚାଲୁଥିବା ରଣଜୀ ମ୍ୟାଚରେ ଏଭଳି ରେକର୍ଡ ସୃଷ୍ଟି ହୋଇଛି । ହରିୟାଣାର ଷ୍ଟାର ବୋଲର ଅଂଶୁଲ କମ୍ବୋଜଙ୍କ ଘାତକ ବୋଲିଂ କରି ଗୋଟିଏ ଇନିଂସରେ ୧୦ ଓ୍ବିକେଟ୍ ହାସଲ କରିଛନ୍ତି । ୨୩ ବର୍ଷିୟ ଏହି ପେସ୍ ବୋଲର ୪୯ ରନ ଦେଇ ସମସ୍ତ ଓ୍ବିକେଟ୍ ଅକ୍ତିଆର କରିଛନ୍ତି । ଫଳରେ କେରଳ ପ୍ରଥମ ଇନିଂସରେ ୨୯୧ କରି ଅଲଆଉଟ୍ କରିଛି ।
ସୂଚନା ଅନୁଯାୟୀ, ପ୍ରମେଂଶୁ ମୋହନ ଚାଟାର୍ଜୀ ରଣଜୀ ଟ୍ରଫି ଇତିହାସରେ ଏହି ଉପଲବ୍ଧି ହାସଲ କରିଥିବା ପ୍ରଥମ ବୋଲର । ସେ ୧୯୫୬-୫୭ ମଧ୍ୟରେ ଏହି ରେକର୍ଡ କରିଥିଲେ । ଏହା ପରେ ୧୯୮୫-୮୬ ରଣଜୀ ସିଜିନରେ ପ୍ରଦୀପ ସୁନ୍ଦରମ୍ ବିଦର୍ଭ ବିରୋଧରେ ରାଜସ୍ଥାନ ପାଇଁ ଗୋଟିଏ ଓଭରରେ ୧୦ ଓ୍ବିକେଟ୍ ହାସଲ କରିବାରେ ଦ୍ବିତୀୟ ବୋଲର ହୋଇଥିଲେ । ଚଳିତ ରଣଜୀ ଟ୍ରଫି ସିଜିନରେ ଅଂଶୁଲ କମ୍ବୋଜ କେରଲ ବିରୋଧରେ ୧୦ ଓ୍ବିକେଟ୍ ନେଇ ଷଷ୍ଠ ଭାରତୀୟ ବୋଲର ହୋଇଛନ୍ତି । ଏହି ତାଲିକାରେ ଟିମ୍ ଇଣ୍ଡିଆର ପୂର୍ବତନ ସ୍ପିନ୍ ବୋଲର ତଥା କୋଚ୍ ଅନିଲ୍ କୁମ୍ବଲେ ରହିଛନ୍ତି ।