ନୂଆଦିଲ୍ଲୀ: ଲଞ୍ଚ ହେଲା ଇଣ୍ଡିଆ ଏଆଇ କମ୍ପ୍ୟୁଟ୍ ପୋର୍ଟାଲ୍ ଏବଂ ଡାଟାସେଟ୍ ପ୍ଲାଟଫର୍ମ ଏଆଇ କୋଷ। ଶୁକ୍ରବାର କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀରେ ଏହାର ଶୁଭାରମ୍ଭ କରିଛନ୍ତି। ଏହି ପ୍ଲାଟଫର୍ମଟି ଗବେଷକ, ଷ୍ଟାର୍ଟଅପ୍ ଏବଂ ସରକାରୀ ଏଜେନ୍ସିଗୁଡ଼ିକୁ ଏଆଇ ପ୍ରୟୋଗ ପାଇଁ ଉନ୍ନତ ଗ୍ରାଫିକ୍ସ ପ୍ରୋସେସିଂ ୟୁନିଟ୍ (GPU) ସମେତ ଉଚ୍ଚ-ଶକ୍ତିଶାଳୀ କମ୍ପ୍ୟୁଟିଂ ରିସୋର୍ସର ଆକ୍ସେସ ପ୍ରଦାନ କରିବାକୁ ଡିଜାଇନ୍ କରାଯାଇଛି।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ କେନ୍ଦ୍ର ସରକାର ଦେଶରେ ୨୭ଟି AI ଡାଟା ଲେବୋରୋଟାରି ସ୍ଥାପନ କରିବେ। ଫଣ୍ଡାମେଣ୍ଟାଲ ଏଆଇ ମଡେଲ ଡେଭଲପ ପାଇଁ ଆବେଦନଗୁଡ଼ିକ ଗ୍ରହଣ କରାଯାଇଛି। ବର୍ତ୍ତମାନ ଏଗୁଡିକର ସମୀକ୍ଷା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।
ପଢନ୍ତୁ- ଭାରତରେ ୧୦୦% କମ୍ପ୍ୟୁଟର ଉତ୍ପଦାନ କରିବ ଲେନୋଭୋ: ଜନ୍ମଦିନ ପାଳି ଘୋଷଣା କଲା କମ୍ପାନୀ
ଇଣ୍ଡିଆ ଏଆଇ ମିଶନ୨୦୨୪ ଅଭିଯାନରେ ସରକାର AI କ୍ଷମତା ବୃଦ୍ଧି ପାଇଁ ପାଞ୍ଚ ବର୍ଷ ମଧ୍ୟରେ ୧୦,୩୦୦ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ସରକାର ଲଞ୍ଚ କରିଥିବା ଇଣ୍ଡିଆ ଏଆଇ କମ୍ପ୍ୟୁଟ୍ ପୋର୍ଟାଲ୍ ମାଧ୍ୟମରେ, ଗବେଷକ, ଷ୍ଟାର୍ଟଅପ୍ ଏବଂ ସରକାରୀ ଏଜେନ୍ସିଗୁଡ଼ିକ ଗବେଷଣା ଏବଂ ପରୀକ୍ଷଣ ପାଇଁ ସବସିଡିଯୁକ୍ତ GPU ଗୁଡ଼ିକୁ ଆକ୍ସେସ୍ କରିପାରିବେ। ସରକାର GPU ସବସିଡି ହାର ଘଣ୍ଟା ପ୍ରତି ପ୍ରାୟ ୬୭ ଟଙ୍କା ସ୍ଥିର କରିଛନ୍ତି। ଏଥିପାଇଁ, ପ୍ରାୟ ୧୦,୦୦୦ GPU କୁ ଲାଇଭ୍ କରାଯାଇଛି।
ଏହା ସହିତ, ଅଶ୍ୱିନୀ ବୈଷ୍ଣବ ଭାରତ ଏଆଇ ମିଶନ ଅଧୀନରେ ୨୭ଟି ସହରରେ ଏଆଇ ଡାଟା ଲ୍ୟାବ ତିଆରି କରିବାର ଘୋଷଣା କରିଛନ୍ତି। ଏହି ଲାବୋରୋଟି ଗୁଡ଼ିକ ଏଆଇରେ ଗବେଷଣା ଏବଂ ବିକାଶ ପାଇଁ ବ୍ୟବହୃତ ହେବ।
ଶୀର୍ଷ ୫ ଟେକ୍ ନେଶନରେ ସାମିଲ୍ ହେବ ଭାରତ
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଭାରତ ଆଗାମୀ ୩-୪ ବର୍ଷ ମଧ୍ୟରେ ନିଜର ଜିପିୟୁ ବିକଶିତ କରିବ। ଆଗାମୀ ସମୟରେ ଭାରତ ଏଆଇ, ସେମିକଣ୍ଡକ୍ଟର ଏବଂ ଡିପଟେକ୍ ଭଳି କ୍ଷେତ୍ରରେ ଶ୍ରେଷ୍ଠ ୫ଟି ଟେକ୍ ଦେଶ ମଧ୍ୟରେ ସାମିଲ ହେବ।
ପଢନ୍ତୁ- ବିକଶିତ ଭାରତରେ ମହିଳାଙ୍କ ଯୋଗଦାନ ରହିବ ୭୦ %: କେନ୍ଦ୍ର ଶ୍ରମ ସଚିବ
ଇଣ୍ଡିଆ ଏଆଇ ମିଶନ ଅଧୀନରେ ୧୮,୬୯୩ଟି GPU ଲଗାଯିବ।
ମାର୍ଚ୍ଚ ୨୦୨୩ରେ, ମୋଦୀ କ୍ୟାବିନେଟ ଇଣ୍ଡିଆ ଏଆଇ ମିଶନ ପାଇଁ ୧୦,୩୭୧.୯୨ କୋଟି ଟଙ୍କାର ବଜେଟ ଅନୁମୋଦନ କରିଥିଲେ। ଏଥିରୁ ୪୫ ପ୍ରତିଶତ ଅର୍ଥ ପାଖାପାଖି ୧୮,୬୯୩ କୋଟି ଖର୍ଚ୍ଚ କରି ଗ୍ରାଫିକ୍ସ ପ୍ରୋସୋସିଂ ୟୁନିଟ୍ ବା ଜିପିୟୁ ଲଗାଯିବ। ଏଥିରେ ବିଶ୍ୱର ସର୍ବବୃହତ କମ୍ପ୍ୟୁଟ୍ ଇନ୍ଫ୍ରାଷ୍ଟ୍ରକ୍ଚର ଡେଭଲପ ହେବ, ଯାହା ଚୀନ୍ ଏଆଇ ମଡେଲ୍ ଡିପ୍ ସିକ୍ ଅପେକ୍ଷା ୯ ଗୁଣ ବଡ଼ ହେବ।
ଏହି ସମସ୍ତ GPU ମାଧ୍ୟମରେ, ଗବେଷଣା କମ୍ପାନୀଗୁଡ଼ିକ କମ୍ପ୍ୟୁଟିଂ ରିସୋର୍ସେଜ୍ ଆକସେସ୍ କରିପାରିବେ। ଏହି GPU ପାଇଁ ସର୍ବନିମ୍ନ ବିଡ୍ ଦେଇଥିବା ୧୦ଟି କମ୍ପାନୀକୁ ଚୟନ କରାଯାଇଛି। ୟୋଟା ଡାଟା ସର୍ଭିସେସ୍, E2E ନେଟୱାର୍କସ୍, ଟାଟା କମ୍ୟୁନିକେସନ୍ସ ଏବଂ AWS ର ପରିଚାଳିତ ସେବା ପ୍ରଦାନକାରୀଙ୍କ ମାଧ୍ୟମରେ ୧୫,୦୦୦ GPU ପୂର୍ବରୁ ଉପଲବ୍ଧ ଅଛି। ବାକି ୪ ହଜାର ଜିପିୟୁ କିଣାଯିବ। ଜିଓ ପ୍ଲାଟଫର୍ମସ ବଂ CtrlS ଡାଟାସେଣ୍ଟର ଭଳି କମ୍ପାନୀଗୁଡ଼ିକ ଏହାର ଅଧିଗ୍ରହଣ କରିବେ ବୋଲି ଆଶା କରାଯାଉଛି।
ଲଗାଯିବାକୁ ଥିବା ଜିପିୟୁ ମଧ୍ୟରୁ ପ୍ରାୟ ୧୨,୮୯୬ ଟି Nvidia H100 ପରି ଉଚ୍ଚ-ସ୍ତରୀୟ ମଡେଲ୍ ରହିଛି। ଏଥିରେ 1,480 H200 GPU ମଡେଲ୍ ସାମିଲ କରାଯିବ। ୩୦% GPUଗୁଡ଼ିକର କ୍ଷମତା କମ୍ କିମ୍ବା ପୁରୁଣା ପିଢ଼ିର। କମ୍ପ୍ୟୁଟ୍ କ୍ଷମତାରେ ସର୍ବାଧିକ ଅବଦାନ ୟୋଟା ଡାଟା ସର୍ଭିସେସ୍ ମାଧ୍ୟମରେ ୯ ହଜାର ୨୧୬ GPU ରୁ ଆସିବ ବୋଲି ଆଶା କରାଯାଉଛି।