Bhart 6G Alliance: 5G ପରେ ଏବେ 6G ପାଇଁ ପ୍ରସ୍ତୁତି, ଅନ୍ୟ ଦେଶ ତୁଳନାରେ ଆଗୁଆ ଆଣିବ ଭାରତ

Published By : Prameya-News7 Bureau | July 03, 2023 IST

ନୂଆଦିଲ୍ଲୀ: ଭାରତରେ 6G ଆଣିବା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ସୋମବାର ଦୂରସଂଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ 6Gକୁ ନେଇ ନୂଆ ଏଲାଏନ୍ସର ଆରମ୍ଭ କରିଛନ୍ତି । ଏହି ଏଲାଏନ୍ସ ଭାରତରେ ନୂଆ ଟେକ୍ନୋଲଜି ଟେକନିକ୍ ଏବଂ 6Gର ବିକାଶ ପାଇଁ କାମ କରିବ । ଭବିଷ୍ୟତ ପିଢିର ଟେକ୍ନୋଲଜି ପାଇଁ ଭାରତ ସମୟ ଥାଉ ଥାଉ ନିଜକୁ ପ୍ରସ୍ତୁତ କରିବାକୁ ଚାହୁଁଛି । ଫଳରେ ଅନ୍ୟ ଦେଶର ଟେକ୍ନୋଲଜି ଉପରେ ନିର୍ଭରତା ରହିବ ନାହିଁ । ଏହାସହ ଦେଶ ଏହି ଟେକ୍ନୋଲଜିକୁ ରପ୍ତାନୀ ମଧ୍ୟ କରିପାରିବ ।

6G ଏଲାଏନ୍ସରେ ସାର୍ବଜନୀନ କ୍ଷେତ୍ର, ପ୍ରାଇଭେଟ୍ ସେକ୍ଟର ଏବଂ ଅନ୍ୟ ବିଭାଗ ସାମିଲ । ଏଥିରେ ସମସ୍ତେ 6Gକୁ ଆଗକୁ ବଢାଇବା ପାଇଁ ନିଜର ଯୋଗଦାନ ଦେବେ । ଏହାସହ ନୂତନ ଆଇଡିଆ ସହ ଏହାକୁ ଅଧିକ ଉନ୍ନତ କରିବେ । ଏଥିରେ ନ୍ୟାସନାଲ ରିସର୍ଚ୍ଚ ଇଷ୍ଟିଚ୍ୟୁଟ୍ ଆଣ୍ଡ ସାଇନ୍ସ ଅର୍ଗନାଆଇଜେସନ ମଧ୍ୟ କାମ କରିବ ।

ଚଳିତ ବର୍ଷ ମାର୍ଚ୍ଚରେ ପିଏମ ମୋଦୀ 6G ଭିଜନ ଡକ୍ୟୁମେଣ୍ଟର ଉପସ୍ଥାନ କରିଥିଲେ । ଏହାସହ 6G ଟେଷ୍ଟ ବେଡ୍ସର ଘୋଷଣା କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ଟେଷ୍ଟ ବେଡ୍ସରେ କୌଣସି ଟେକ୍ନୋଲଜିର ଲଞ୍ଚିଂ ପୂର୍ବରୁ ଟେଷ୍ଟ କରାଯାଇଥାଏ । ଏହା ଏକ ପ୍ରକାର ଟ୍ରାଏଲ ହୋଇଥାଏ, ଯାହା ଲଞ୍ଚିଂର ବହୁ ପୂର୍ବରୁ କରାଯାଇଥାଏ ।

ବର୍ତ୍ତମାନ ସମୟରେ ସାରା ଦେଶରେ 5G ସମ୍ପୂର୍ଣ୍ଣ ରୂପେ ପହଞ୍ଚି ପାରି ନାହିଁ । କମ୍ପାନିଗୁଡିକ 5Gକୁ ରୋଲଆଉଟ୍ କରିଛନ୍ତି, କିନ୍ତୁ ସଭିଙ୍କ ପାଖରେ ଏହା ଉପଲବ୍ଧ ହୋଇପାରି ନାହିଁ । ଏଥିପାଇଁ ଏବେଠୁ 6G ପ୍ରସ୍ତୁତି କଥା କହିବା ଠିକ୍ ହେବ ନାହିଁ । ତେବେ Bhart 6G Alliance ଅଧିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦ୍ୱାରା ଦିଆଯାଇଥିବା ଭିଜନକୁ ପୂରା କରାଯିବ । ଭାରତରେ ୨୦୩୦ ସୁଦ୍ଧା 6Gକୁ ଲାଗୁ କରିବାକୁ ଲକ୍ଷ୍ୟ ରହିଛି, ଫଳରେ ଦୁନିଆର ଅନ୍ୟ ଦେଶ ସହ ମୁକାବିଲା କରିପାରିବ ।

Also Read: ବିଦେଶୀ ବ୍ୟାଙ୍କରୁ ୧.୫ ବିଲିୟନ ଡଲାର ଋଣ ନେବ ରିଲାଏନ୍ସ ଜିଓ, ୫ଜି ପାଇଁ ରହିଛି ସ୍ବତନ୍ତ୍ର ଯୋଜନା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.