Asia Cup 2023 : ଟିମ୍‌ ଇଣ୍ଡିଆ ଜୋରଦାର ଅଭ୍ୟାସ୍‌, ବ୍ୟାଟିଂ କଲେ ଶ୍ରେୟସ-ରାହୁଲ

Published By : Prameya-News7 Bureau | August 26, 2023 IST

ମୁମ୍ଵାଇ ୨୬।୦୮: ଏସିଆ କପ୍ ୨୦୨୩ ସେପ୍ଟେମ୍ବର ୨ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆ ଖେଳାଳିମାନେ ପ୍ରସ୍ତୁତ ହେଉଛନ୍ତି। ବିରାଟ କୋହଲି, ରୋହିତ ଶର୍ମା ଏବଂ ଶ୍ରେୟସ୍ ଆୟରଙ୍କ ସମେତ ସମସ୍ତ ଖେଳାଳି କୋଚ୍ ରାହୁଲ ଦ୍ରାବିଡଙ୍କ ସହ ଅଭ୍ୟାସ ଆରମ୍ଭ କରିଛନ୍ତି। ଶ୍ରେୟସ୍ ଆୟର ଏବଂ କେ.ଏଲ୍ ରାହୁଲ ମଧ୍ୟ ବ୍ୟାଟିଂ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା। ଆୟର୍ ୪ ନମ୍ବରରେ ବ୍ୟାଟିଂ କରିବାର ସୁଯୋଗ ପାଇ ପାରନ୍ତି।

୪ ନମ୍ବର ବ୍ୟାଟିଂ ସ୍ଥିତିକୁ ନେଇ ଭାରତୀୟ ଦଳ ବହୁତ ଚିନ୍ତିତ। ଏହି ସ୍ଥାନରେ ଏପର୍ଯ୍ୟନ୍ତ କୌଣସି ସ୍ଥିର ଖେଳାଳି ମିଳିଲା ନାହିଁ । କୋହଲି ୩ ନମ୍ବରରେ ବ୍ୟାଟିଂ କରୁଥିବା ବେଳେ ଭଲ ବାବରେ ଦାୟିତ୍ଵକୁ ନିଭାଉଛନ୍ତି। କିନ୍ତୁ ୪ ନମ୍ବରରେ କାହାକୁ ରଖାଯିବ, ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ଆୟରକୁ ଟିମ୍ ଇଣ୍ଡିଆ  ବ୍ୟାଟିଂ କରିବାର ସୁଯୋଗ ଦେଇପାରେ। ୪ନମ୍ବରରେ ବ୍ୟାଟିଂ କରୁଥିବାବେଳେ ଶ୍ରେୟାସ ୨୦ଟି ମ୍ୟାଚ୍ ଖେଳିଛନ୍ତି। ଏହି ସମୟ ମଧ୍ୟରେ ୮୦୫ ରନ୍ ସ୍କୋର କରିଥିଲେ । ଆୟର ୨ ଶତକ ଏବଂ ୫ ଅର୍ଦ୍ଧଶତକ ହାସଲ କରିଛନ୍ତି।

wp:html /wp:html

ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରାହୁଲ ମଧ୍ୟ ଅଭ୍ୟାସରେ ବହୁତ ପରିଶ୍ରମ କରୁଛନ୍ତି। ଆଘାତରୁ ସୁସ୍ଥ ହେବା ପରେ ସେ ମଇଦାନକୁ ଫେରିଛନ୍ତି। କିନ୍ତୁ ତାଙ୍କ ଫିଟନେସ୍ ଟିମ୍ ଇଣ୍ଡିଆ ପାଇଁ ଏବେ ବି ଟେନସନର ବିଷୟ । ପାକିସ୍ତାନ ବିପକ୍ଷ ଫ୍ଲୋଇଂ ଇଲେଭେନ୍‌ରେ ରାହୁଲ ୫ ନମ୍ବରରେ ବ୍ୟାଟିଂ କରିବାର ସୁଯୋଗ ପାଇପାରନ୍ତି। ରାହୁଲ ୫ନମ୍ବରରେ ୧୮ ଟି ODI ବ୍ୟାଟିଂ ଖେଳିଛନ୍ତି। ଏହି ସମୟ ମଧ୍ୟରେ ୭୪୨ରନ୍ ସ୍କୋର କରିଥିବା ବେଳେ ସେ ଏକ ଅର୍ଦ୍ଧଶତକ ହାସଲ କରିଛନ୍ତି। କହିବାକୁ ଗଲେ ଏସିଆ କପ୍ ୨୦୨୩ ର ପ୍ରଥମ ମ୍ୟାଚ୍ ୩୦ ଅଗଷ୍ଟରେ ନେପାଳ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ । ଏଥି ସହିତ ସେପ୍ଟେମ୍ବର ୨ ରେ ଭାରତୀୟ ଦଳ ପାକିସ୍ତାନ ସହିତ ମୁହାଁମୁହିଁ ହେବ। ଭାରତର ଦ୍ୱିତୀୟ ମ୍ୟାଚ୍ ନେପାଳ ସହ ଅଛି। ଏହି ମ୍ୟାଚ୍ ୪ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ ।

wp:embed {"url":"https://www.prameyanews7.com/bcci-president-roger-binny-vp-rajeev-shukla-to-be-in-lahore-on-pcbs-invitation/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bcci-president-roger-binny-vp-rajeev-shukla-to-be-in-lahore-on-pcbs-invitation/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.