ଖରାପ ଥିଲା କି ସିଡନୀ ପିଚ୍‌ ? ଆଇସିସି ଶୁଣାଇଲା ନିଷ୍ପତ୍ତି…

Published By : Prameya-News7 Bureau | January 08, 2025 IST

ନୂଆଦିଲ୍ଲୀ ୦୮।୦୧: ସିଡନୀରେ ଖେଳାଯାଇଥିଲା ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୫ମ ଟେଷ୍ଟ୍ ମ୍ୟାଚ୍‌ । କିନ୍ତୁ ଏହି ଟେଷ୍ଟ ମ୍ୟାଚ୍‌ ୩ଦିନରୁ ମଧ୍ୟ କମ୍‌ ସମୟରେ ହୋଇଯାଇଥିଲା ଶେଷ ।  ଏହାପରେ ସିଡନୀ ପିଚ୍‌ ଉପରେ ଉଠିଥିଲା ପ୍ରଶ୍ନ । 

ସୁନୀଲ ଗାଭାସ୍କର ପରି ପୂର୍ବ କ୍ରିକେଟର କହିଥିଲେ କି ସିଡନୀ ପିଚ୍‌ ଟେଷ୍ଟ ଫର୍ମାଟ ପାଇଁ ଠିକ୍‌ ନୁହେଁ । ତେବେ ବର୍ତ୍ତମାନ ସିଡନୀ ପିଚ୍‌କୁ ନେଇ ରିପୋର୍ଟ ଦେଇଛି ଆଇସିସି । ସିଡ୍‌ନୀ ପିଚ୍‌କୁ ସନ୍ତୋଷଜନକର ମାନ୍ୟତା ଦେଇଛି ଆଇସିସି । ବାସ୍ତବରେ ଆଇସିସି କୌଣସି ପିଚ୍‌କୁ ୩ଟି ବର୍ଗରେ ରେଟିଙ୍ଗ୍ ଦେଇଥାଏ । 

ଆଇସିସି ପ୍ରାୟ ବର୍ଷକରେ ୩ଟି କାଟାଗୋରୀରେ ରେଟିଙ୍ଗ୍ ଦେଇଥାଏ । ଯେଉଁଥିରେ ବହୁତ ଭଲ, ସନ୍ତୋଷଜନକ ଏବଂ ଖରାପ ସାମିଲ୍‌ ରହିଥାଏ ।  ଏପରି ଭାବେ ଗୋଟିଏ ପିଚ୍‌କୁ ୬ରୁ୪ ରେଟିଙ୍ଗ୍ ଦିଆଯାଇଥାଏ । ତେବେ ବର୍ତ୍ତମାନ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡର ପିଚ୍କୁ ସନ୍ତୋଷଜନକ ବୋଲି କହିଛି ଆଇସିସି । 

ଏହାବ୍ୟତୀତ ପର୍ଥ, ଆଡିଲେଡ୍, ଓଭାଲ୍, ଗାବା ଏବଂ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡର ଅନ୍ୟାନ୍ୟ ପିଚ୍ ଗୁଡିକ ବହୁତ ଭଲ ବୋଲି କୁହାଯାଇଛି । କହିରଖୁ କି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପଞ୍ଚମ ଟେଷ୍ଟ ୩ଦିନରୁ କମ୍‌ ସମୟରେ ସରିଯାଇଥିଲା । ଏହି ଟେଷ୍ଟରେ ଭାରତୀୟ ଟିମ୍‌ ୬ ୱିକେଟ୍ ହରାଇ ପରାଜୟର ସମ୍ମୁଖୀନ ହୋଇଥିଲା । 

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଟିମ୍‌ ଇଣ୍ଡିଆ । ପ୍ରଥମ ପାଳିରେ ଭାରତୀୟ ଟିମ୍‌ ୧୮୫ ରନରେ ସୀମିତ ରହିଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୮୧ ରନ୍ ସ୍କୋର କରିଥିଲା । ଏହାପରେ ଟିମ୍‌ ଇଣ୍ଡିଆ ବ୍ୟାଟିଂ କରିବାକୁ ଆସି ଦ୍ୱିତୀୟ ଇନିଂସରେ ୧୫୭ ରନ୍ ସଂଗ୍ରହ କରିଥିଲା। 

ଏପରି ଭାବେ ଆୟୋଜକ ଅଷ୍ଟ୍ରେଲିଆ ଆଗରେ ରହିଥିଲା ୧୬୨ ରନ୍‌ର ଟାର୍ଗେଟ । ପ୍ରାରମ୍ଭରେ ବିପର୍ଯ୍ୟୟର ସାମ୍ନା କରିବା  ପରେ ଅଷ୍ଟ୍ରେଲିଆ ୪ ୱିକେଟ୍ରେ ଟାର୍ଗେଟ ହାସଲ କରିଥିଲା । ଏହାସହ ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ଟ୍ରଫିକୁ ୩-୧ରେ ଜିତିଛି । ପ୍ରାୟ ୧୦ ବର୍ଷ ପରେ ବର୍ଡର-ଗାଭାସ୍କର ଟ୍ରଫି ଜିତିବାରେ ଅଷ୍ଟ୍ରେଲିଆ ସଫଳ ହୋଇଥିଲା ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.