କ୍ରିକେଟ୍‌ ଫ୍ୟାନ୍ସଙ୍କ ଲାଗି ଖୁସି ଖବର, ଏହି ପ୍ଲାଟଫର୍ମରେ ଫ୍ରିରେ ଦେଖିବେ ଏସିଆ କପ୍‌ ଏବଂ ବିଶ୍ୱକପ୍‌ ଲାଇଭ୍‌

Published By : Prameya-News7 Bureau | August 22, 2023 IST

ମୁମ୍ବାଇ ୨୨।୦୮: କ୍ରିକେଟ୍‌ ଫ୍ୟାନ୍ସଙ୍କ ପାଇଁ ଖୁସିର ଖବର । ଫ୍ରିରେ ଦେଖିବେ ଏସିଆ କପ୍‌ ଓ ୨୦୨୩ କ୍ରିକେଟ୍‌ ବିଶ୍ୱକପ୍‌ ଟୁର୍ଣ୍ଣାମେଣ୍ଟ । ସମସ୍ତ ମ୍ୟାଚ୍‌ର ଲାଇଭର ଫିଡ୍‌ ‘Hotstar’ରେ ଦେଖିବାକୁ ମିଳିବ । ଏଥିପାଇଁ କୌଣସି ସବ୍‌ସ୍କ୍ରିପ୍‌କସନ ଚାର୍ଜ ପଡିବନାହିଁ । ଏନେଇ Hotstar ପକ୍ଷରୁ ସୂଚନା ଦିଆଯାଇଛି ।

ଖବର ଅନୁଯାୟୀ, ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍‌ ୨୦୨୩ ଟୁର୍ଣ୍ଣାମେଣ୍ଟ । ଏନେଇ ଅଧିକାଂଶ ଦଳ ନିଜର ନିଜର ଟିମ୍‌ ଘୋଷଣା କରିସାରିଛନ୍ତି । ବାକି କିଛି ଦେଶ ବାକି ରହିଛନ୍ତି । ଏହିକ୍ରମରେ ସୋମବାର ଦିନ ଭାରତୀୟ ଟିମ୍‌ ମଧ୍ୟ ଘୋଷଣା ସରିଛି । ମୋଟ ୧୭ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ । ଟୁର୍ଣ୍ଣାମେଣ୍ଟକୁ କସରତ ଜୋରଦାର ଥିବା ବେଳେ ମ୍ୟାଚ୍‌ର ଲାଇଭ୍‌ ପ୍ରସାରଣ ନେଇ ଆସିଛି ବଡ଼ ଅପଡେଟ୍‌ ।

ଏସିଆ କପ୍‌ ୨୦୨୩ ଏବଂ ଦିନିକିଆ କ୍ରିକେଟ୍‌ ବିଶ୍ୱକପ୍‌ ୨୦୨୩ର ସମସ୍ତ ମ୍ୟାଚ୍‌କୁ ମୋବାଇଲ୍‌ରେ ମାଗଣାରେ ଲାଇଭ ଷ୍ଟ୍ରିମିଂ କରିବାକୁ ଘୋଷଣା କରିଛି ‘Hotstar’ । ଏନେଇ ‘Hotstar’ ପକ୍ଷରୁ ଏକ ଭିଡିଓ ପ୍ରୋମା ମଧ୍ୟ ଚଳାଯାଉଛି । ଯେଉଁଥିରେ ସ୍ପଷ୍ଟ ଭାବେ କୁହାଯାଇଛି କି ଏହି ଦୁଇଟି ବଡ଼ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚକୁ ଫ୍ରିରେ ଦେଖାଯିବ । ଏଥିପାଇଁ କୌଣସି ଦେୟ ଦେବାକୁ ପଡିବନାହିଁ ।

ସୂଚନାଯୋଗ୍ୟ ଯେ, ଅଗଷ୍ଟ ୩୦ରୁ ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ ଖେଳାଯିବ । ଏହାପରେ ସେପ୍ଟେମ୍ବର ୧୭ରେ ଖେଳାଯିବ ଫାଇନାଲ ମ୍ୟାଚ୍‌ । ଶ୍ରୀଲଙ୍କା ଏବଂ ପାକିସ୍ତାନରେ ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍‌ ଖେଳାଯିବ । ସେପଟେ ଅକ୍ଟୋବର ମାସରେ ଆରମ୍ଭ ହେବ କ୍ରିକେଟ୍‌ ମହାକୁମ୍ଭ ମାନେ ଦିନିକିଆ କ୍ରିକେଟ୍‌ ବିଶ୍ୱକପ୍‌ ୨୦୨୩ । ଅକ୍ଟୋବର-ନଭେମ୍ବର ମାସରେ ଖେଳାଯିବ ଦିନିକିଆ କ୍ରିକେଟ୍‌ ବିଶ୍ୱକପ୍‌ର ସମସ୍ତ ମ୍ୟାଚ୍‌ । ଅକ୍ଟୋବର ୫ରେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ପ୍ରଥମ ମ୍ୟାଚ୍‌ । ଏହାପରେ ନଭେମ୍ବର ୧୯ରେ ଅହମ୍ମଦାବାଦ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳାଯିବ ଫାଇନାଲ ମ୍ୟାଚ୍‌ ।

wp:embed {"url":"https://www.prameyanews7.com/sourav-ganguly-reaction-on-number-4-batter/","type":"wp-embed","providerNameSlug":"prameya-news-7"}
https://www.prameyanews7.com/sourav-ganguly-reaction-on-number-4-batter/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.