କୋଚିଂ ନେଇ ନାହାନ୍ତି , ୟୁଟ୍ୟୁବରୁ ପାଠପଢ଼ି କ୍ଲିଅର କରିଛନ୍ତି OPSC

Published By : Prameya-News7 Bureau | October 21, 2024 IST

ଭଦ୍ରକ 21/10 :  ଇଚ୍ଛା ଶକ୍ତି ଥିଲେ ସବୁ ସମ୍ଭବ। ପରିସ୍ଥିତି ଯାହା ବି ହେଉ ନା କାହିଁକି ? ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ବନ୍ଧଟିଆ ଗ୍ରାମରେ ସେମିତି ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି। ଏହି ଗ୍ରାମର ରବିନ୍ଦ୍ର ଦାସଙ୍କ ପୁଅ ନ୍ୟୁଟନ୍ ଦାସ୍ 415 ରାଙ୍କ୍ ରଖି OPSC କ୍ଲିଅର୍ କରିଛନ୍ତି। 

କିନ୍ତୁ ଏ ସଫଳତା ଏତେ ସହଜରେ ମିଳି ନଥିଲା। ଏଥିପାଇଁ ଖୁବ୍ ପରିଶ୍ରମ କରିବାକୁ ପଡ଼ିଥିଲା। ଘରର ଆର୍ଥିକ ସ୍ଥିତି ଖରାପ ଥିବାରୁ ଭାଇ ଦାଦନ ଶ୍ରମିକ ଭାବେ କାମ କରନ୍ତି।  ବାପାଙ୍କର ପାନ ଦୋକାନ।  ସେଥିପାଇଁ ସିଭିଲ ସର୍ଭିସ୍ ପ୍ରସ୍ତୁତି ପାଇଁ ଅର୍ଥ ସାଜିଥିଲା ବାଧକ। କିନ୍ତୁ ହାର୍ ମାନି ନଥିଲେ ନ୍ୟୁଟନ୍। ରାଜଧାନୀରେ ରହି ପିଲାଙ୍କୁ ଟ୍ୟୁସନ କରିବା ସହ ବଳକା ସମୟରେ ନିଜେ ପଢୁଥିଲେ। ବଡ଼କଥା ହେଉଛି, ସେ ଦୁଇଥର ପରୀକ୍ଷା ଦେଇ କ୍ଲିଅର କରିପାରିନଥିଲେ। ଆଉ  ତୃତୀୟ ଥରରେ ମାତ୍ର 0.05 ମାର୍କରେ ବିଫଳତାର ସାମ୍ନା କରିଥିଲା । କିନ୍ତୁ ଚତୁର୍ଥ ଥର 415 ରାଙ୍କ ସହ କରିଛି OPSC କ୍ଲିଅର। ଏବେ ପରିବାର ଓ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି। 

ନ୍ୟୁଟନ୍ କହିଛନ୍ତି, ତାଙ୍କୁ ସଫଳତା ଦେଇଛି  ସୋସିଆଲ୍ ମିଡିଆ। ଅର୍ଥାତ୍ ସେ ୟୁଟ୍ୟୁବରୁ ବିଭିନ୍ନ ଅନଲାଇନ୍ କ୍ଲାସ୍ କରୁଥିଲେ। କୋଚିଂ ନ ନେଇ ସେଲ୍ଫ ଷ୍ଟଡି କରି ସଫଳତା ପାଇଛନ୍ତି। 

Also Read-

ରାହୁଲ ଗାନ୍ଧିଙ୍କୁ ନେଇ ବୁଦ୍ଧାଦିତ୍ୟଙ୍କ ସୋସିଆଲ ମିଡିଆ ପୋଷ୍ଟ ପ୍ରସଙ୍ଗ, କ୍ଷମା ମାଗିଲେ ଅଭିନେତା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.