VSS ନଗର ସରକାରୀ ଉଚ୍ଚ ବିଦ୍ୟାଳୟରେ ଉତ୍ତେଜନା, ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

Published By : Prameya-News7 Bureau | October 21, 2024 IST

ଭୁବନେଶ୍ବର ୨୧/୧୦: ଶିକ୍ଷକ ନିଯୁକ୍ତି ହେଲେ ସ୍କୁଲ ଗେଟ୍‌ରୁ ତାଲା ଖୋଲିବୁ । ଆନ୍ଦୋଳନ ହଟିବ । ଏମିତି ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ । ଭୁବନେଶ୍ବର VSS ନଗର ସରକାରୀ ଉଚ୍ଚ ବିଦ୍ୟାଳୟ ଗେଟ୍‌ ସମ୍ମୁଖରେ ଅସ୍ବାଭାବିକ ସ୍ଥିତି । ଶିକ୍ଷକ ନିଯୁକ୍ତି ଦାବିରେ ଧାରଣାରେ ବସିବା ସହ ଗେଟ୍‌ରେ ତାଲା ପକାଇଛନ୍ତି ଛାତ୍ରଛାତ୍ରୀ ।

ସ୍କୁଲରେ ୧୩ ଜଣ ଶିକ୍ଷକଙ୍କ ବଦଳରେ ଅଛନ୍ତି ମାତ୍ର ୬ ଜଣ ଶିକ୍ଷକ । ଇଂରାଜୀ,ଗଣିତ ଓ ବିଜ୍ଞାନ ଭଳି ଗୁରୁତ୍ବପୂର୍ଣ୍ଣ ବିଷୟରେ ପଢାଇବାକୁ ନାହାନ୍ତି ଶିକ୍ଷକ । ସେଥିପାଇଁ ପିଲାଙ୍କ ପାଠପଢା ଠିକ ଭାବରେ ହୋଇପାରୁନଥିବା ଅଭିଯୋଗ ହୋଇଛି । ଶିକ୍ଷକ ନିଯୁକ୍ତି ନହେବା ଯାଏ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.