ଦିବ୍ୟାଙ୍ଗଙ୍କ ପାଇଁ ଖୁସି ଖବର,ଘରେ ପହଞ୍ଚିବ କଣ୍ଟ୍ରୋଲ ସାମଗ୍ରୀ

Published By : Prameya-News7 Bureau | October 20, 2024 IST

କଟକ ୨୦/ ୧୦: ଦିବ୍ୟାଙ୍ଗଙ୍କ ପାଇଁ ଖୁସି ଖବର । ଡିଲର ପଏଣ୍ଟକୁ ଆସି ଆଉ ଅପେକ୍ଷା କରିବେନି କି ଅସୁବିଧାର ସମ୍ମୁଖୀନ ହେବେନି । ଏବେ ଦିବ୍ୟାଙ୍ଗଙ୍କ ଘରେ ପହଞ୍ଚିବ କଣ୍ଟ୍ରୋଲ ସାମଗ୍ରୀ । କଟକରେ ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର  । ରବିବାର ବସିଥିବା ସମୀକ୍ଷା ବୈଠକରେ କଟକ-ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ ଦିବ୍ୟାଙ୍ଗଙ୍କ ସମସ୍ୟା ସଂପର୍କରେ ଯୋଗାଣ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଯୋଗାଣ ମନ୍ତ୍ରୀ ତୁରନ୍ତ ଏ ସଂପର୍କରେ ନୀତି ନିର୍ଦ୍ଧାରଣ କରିବାକୁ ପ୍ରତିଶ୍ରୁତି ଦେବା ସହ ଆଗକୁ ଦିବ୍ୟାଙ୍ଗ ମାନଙ୍କ ଘରେ ରାସନ ସାମଗ୍ରୀ ପହଞ୍ଚିବ ବୋଲି କହିଛନ୍ତି । ସେପଟେ ହିତାଧିକାରୀଙ୍କୁ ଏକକାଳୀନ ଚାଉଳ ଓ ଗହମ ପ୍ରତି ମାସରେ ଯୋଗାଇ ଦିଆଯିଵ । ଆଗକୁ ୩ ମାସକୁ ଥରେ ରାସନ ଦେବା ବ୍ୟବସ୍ଥାକୁ ବନ୍ଦ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।


 

  • cuttack
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.