ହବିଷ୍ୟାଳିଙ୍କ ସୁରକ୍ଷାକୁ ପ୍ରାଥମିକତା, ମାର୍ଗଶୀର ମାସରୁ ଶୃଙ୍ଖଳିତ ଦର୍ଶନ

Published By : Prameya-News7 Bureau | October 13, 2024 IST

ଭୁବନେଶ୍ବର୧୩/୧୦: ହବିଷ୍ୟାଳିଙ୍କୁ ନେଇ ଆଇନ ମନ୍ତ୍ରୀଙ୍କ ବଡ ପ୍ରତିକ୍ରିୟା । ହବିଷ୍ୟାଳିଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ । ହବିଷ୍ୟାଳିଙ୍କର କୌଣସି ଅସୁବିଧା ହେବନି । ସେମାନଙ୍କର ସମସ୍ତ ଦାୟିତ୍ବ ନେଇଛନ୍ତି ସରକାର । କୌଣସି ସମସ୍ୟା ହେଲେ ସମାଧାନ କରାଯିବ ।


ସେହିପରି ଆଇନ ମନ୍ତ୍ରୀ କହିଛନ୍ତି କାର୍ତ୍ତିକ ମାସ ପରେ ମାର୍ଗଶୀର ମାସରୁ ଶୃଙ୍ଖଳିତ ଦର୍ଶନ ଆରମ୍ଭ ହେବ । ସାତ ପାହାଚ ଦେଇ ମନ୍ଦିର ଭିତରକୁ ଯିବେ ଭକ୍ତ । ଦର୍ଶନ ପରେ ଘଣ୍ଟି ଦ୍ବାର ଦେଇ ପ୍ରସ୍ଥାନ କରିବେ । ଭକ୍ତମାନେ କିପରି ଶୃଙ୍ଖଳିତ ଭାବରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ସେ ନେଇ ଯୋଜନା କରାଯାଉଥିବା କହିଛନ୍ତି ଆଇନ ମନ୍ତ୍ରୀ । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.