ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ଉତ୍ସବ, କଟକରେ ମହାମାୟାଙ୍କୁ ଅଶ୍ରୁଳ ବିଦାୟ

Published By : Prameya-News7 Bureau | October 15, 2024 IST

କଟକ ୧୫/୧୦: ମାଆ…ଦୁର୍ଗତିନାଶିନୀ ଦେବୀ ଦୁର୍ଗା ।ଭକ୍ତଙ୍କୁ ଦର୍ଶନ ଦେବାକୁ ଧରାବତରଣ କରିଥିଲେ ।ଖୁସିରେ ପୁରି ଉଠିଥିଲା ସିଲଭରସିଟି । ୫ ଦିନର ପୂଜାର୍ଚ୍ଚନା ପରେ ମେଲାଣି ନେଇଛନ୍ତି ମାଆ ।ଭକ୍ତଙ୍କ ଗହଳିରୁ ନେଇଛନ୍ତି ବିଦାୟ । ଧୂପ,ଦୀପ,ଝୁଣା ଓ ପାରମ୍ପରିକ ବାଦ୍ୟ ବଜାଇ ମାଆଙ୍କୁ ମେଲାଣି ଦିଆଯାଇଛି । ମାଆ ଆସିବା ପରେ କଟକ ହୋଇଯାଇଥିଲା ଉତ୍ସବ ମୁଖ୍ୟର । ହେଲେ ମେଲାଣୀ ଥିଲା ବେଶ କଷ୍ଟଦାୟକ । ସୋମବାର ଠାରୁ ହୋଇଥିବା ଭସାଣ ଉତ୍ସବରେ ଦେବୀଗଡାରେ ପ୍ରାୟ ୧୩୦ଟି ମୂର୍ତ୍ତିକୁ ବିସର୍ଜନ କରାଯାଇଛି । ଚାନ୍ଦିନିଚୌକ, ଫିରିଙ୍ଗିବଜାର,ରାଜାବଗିଚା ଭଳି କିଛି ମଣ୍ଡପର ଭସାଣ ଉତ୍ସବ ହୋଇଛି । ଏଥର  ଡିଜେ ମୁକ୍ତ ରୋଷଣୀ ଓ ମଦମୁକ୍ତ ଭସାଣୀ ସଫଳ ହୋଇଥିବା ମତ ରଖିଛନ୍ତି ପୂଜା କମିଟି । 


ମଙ୍ଗଳବାର ରାତି ସୁଦ୍ଧା କଟକର ସବୁ ମୂର୍ତ୍ତି ବିସର୍ଜନ ହେବାର ଯୋଜନା କରାଯାଇଛି । ତେବେ ଅସ୍ଥାୟୀ ଜଳାଶୟରେ ମାଆଙ୍କୁ ବିସର୍ଜନ ପାଇଁ ନାପସନ୍ଦ କରିଛନ୍ତି କିଛି ପୂଜା କମିଟି । ମା'ଙ୍କର ବିସର୍ଜନ ପରେ ମା' ପିନ୍ଧିଥିଵା ଶାଢ଼ି ନିଲାମ ପରମ୍ପରାକୁ ନେଇ ଶ୍ରଦ୍ଧାଳୁ ଓ ପୂଜା କମିଟି ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ। 

କଟକଣା ଯୋଗୁ ଏଥର କଟକିଆ ଡିଜେର ବିକଟାଳ ଶବ୍ଦରୁ ମୁକ୍ତିପାଇଥିଲେ ।ପୋଲିସର କଡା ସୁରକ୍ଷା ଭିତରେ ଭସାଣି ଶୋଭାଯାତ୍ରାରେ ମାଆଙ୍କୁ ଭାବପୂର୍ଣ୍ଣ ବିଦାୟ ଦେଇଛନ୍ତି କଟକବାସୀ । 

 

  • odisha
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.