ଆରଆଇ, ଅମିନ ପରୀକ୍ଷା ଅନିୟମିତତା ପ୍ରସଙ୍ଗ : ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଶତାଧିକ ପରୀକ୍ଷାର୍ଥୀ

Published By : Prameya-News7 Bureau | October 19, 2024 IST

କଟକ ୧୯।୧୦: ଆରଆଇ, ଅମିନ ପରୀକ୍ଷା ଅନିୟମିତତା ପ୍ରସଙ୍ଗରେ ଶତାଧିକ ପରୀକ୍ଷାର୍ଥୀ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି । ପରୀକ୍ଷା ପରିଚାଳନା କ୍ଷେତ୍ରରେ ବ୍ୟାପକ ଅନିୟମିତତା ହୋଇଥିବା ଜାଣି, ସରକାର କାହିଁକି ନୀରବ ବୋଲି ପରୀକ୍ଷାର୍ଥୀ ମାନେ ପ୍ରଶ୍ନ କରିଛନ୍ତି । ତେଣୁ ଉକ୍ତ ପରୀକ୍ଷାକୁ ବାତିଲ କରିବା ଲାଗି ସେମାନେ ଦାବି କରିଛନ୍ତି । ଯେହେତୁ ବାରମ୍ବାର ଅଭିଯୋଗ ପରେ ବି କୌଣସି ସୁଫଳ ମିଳିନାହିଁ । ତେଣୁ ରାଷ୍ଟ୍ରପତି ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ଦାବି ହୋଇଛି । ସେଥିପାଇଁ ଶନିବାର କଟକର ଲିଙ୍କ୍ ରୋଡ଼ ସ୍ଥିତ ଡାକ ଘରେ ଶତାଧିକ ପରୀକ୍ଷାର୍ଥୀ ଏକାଠି ହୋଇ ମିଳିତ ଭାବେ ରାଷ୍ଟ୍ରପତିଙ୍କୁ ଚିଠି ପଠାଇଛନ୍ତି ।

You Can Read:

ମନ୍ତ୍ରୀଙ୍କ ଗାଡ଼ି ଆଗରେ ବେଆଇନ ପାର୍କିଂ କରି ପଳାଇଲେ, କଟିଲା ୧୨ ହଜାର ୫ ଶହ ଟଙ୍କାର ଚାଲାଣ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.