ସରିଲା ଦୁର୍ଗାପୂଜା, ପାରମ୍ପରିକ ବାଦ୍ୟ ସହିତ ଭକ୍ତଙ୍କ କାନ୍ଧରେ ମେଲାଣି ନେଲେ ମାଆ

Published By : Prameya-News7 Bureau | October 13, 2024 IST

ସାଲେପୁର ୧୩/୧୦: ସାଲେପୁର ଅଧିନସ୍ତ ବହୁଗ୍ରାମ ଅଞ୍ଚଳରେ ଧୁମଧାମରେ ପାଳିତ ହୋଇଛି ଦୁର୍ଗାପୂଜା । ୧୭୩୨ ମସିହାରୁ ବଙ୍ଗୀୟ ପରମ୍ପରାରେ ସ୍ବତନ୍ତ୍ର ରୀତିନୀତିରେ ପୂଜା ପାଉଛନ୍ତି ମାଆ ଦୁର୍ଗା । ୫ ଦିନ ଧରି ମାଆ ମଣ୍ଡପରେ ପୂଜା ପାଇଥାନ୍ତି  । ମାଆଙ୍କ ଅଲୌକିକ ମହିମା ଭକ୍ତଙ୍କୁ ମାଆଙ୍କ ନିକଟକୁ ଟାଣି ଆଣିଥାଏ । ତେବେ ମାଆଙ୍କୁ ମେଲାଣି ଦେବାର ଦୃଶ୍ୟ ଥିଲା ବେଶ ଭାବବିହ୍ବଳ । ପାରମ୍ପରିକ ବାଦ୍ୟ ସହିତ ଭକ୍ତଙ୍କ କାନ୍ଧରେ ମାଆ ମେଲାଣି ନିଅନ୍ତି । ବାଟରେ ମାଆଙ୍କୁ ପଣା ଭୋଗ ଅର୍ପଣ କରାଯାଏ । ଡିଜେ ମୁକ୍ତ ରୋଷଣୀ ଓ ନିଶା ମୁକ୍ତ ଭସାଣ କରି ହଜାର ହଜାର ଲୋକ ମାଆଙ୍କ ଶେଷ ଦର୍ଶନ କରିଛନ୍ତି । ହଜାର ହଜାର ଭକ୍ତ ମାଆଙ୍କୁ ଶୁକଭଦ୍ରା ନଦୀରେ ବିସର୍ଜନ କରିଛନ୍ତି ।   


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.