ସମ୍ଭାବ୍ୟ ବାତ୍ୟା ପାଇଁ କଟକରେ ଜରୁରୀ ବୈଠକ, ୮୧ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ

Published By : Prameya-News7 Bureau | October 21, 2024 IST

କଟକ ୨୧/୧୦: ସମ୍ଭାବ୍ୟ ବାତ୍ୟା ‘ଦାନା’ ମୁକାବିଲା ପାଇଁ ସଜାଗ ପ୍ରଶାସନ । କଟକ ମହାନଗର ନିଗମରେ ବସିଛି ଜରୁରୀ ବୈଠକ । ତଳିଆ ଅଞ୍ଚଳ ତଥା ଜଳବନ୍ଦୀ ସମ୍ଭାବନା ଥିବା ପଏଣ୍ଟ ଗୁଡ଼ିକୁ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରିବା ପାଇଁ ସମସ୍ତ ୱାର୍ଡର କର୍ପୋରେଟର ମାନଙ୍କୁ କୁହାଯାଇଛି। ସେହିଭଳି ୮୧ ଟି ବାତ୍ୟା ଆଶ୍ରୟସ୍ଥଳ କୁ ପ୍ରସ୍ତୁତ ରଖାଯାଇଛି। କଟକ ମହାନଗର ଅଞ୍ଚଳରେ ବିଭାଗୀୟ ଯନ୍ତ୍ରୀ ମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସିଏମସି ପକ୍ଷରୁ ୨୮୩ଟି ପମ୍ପ ସେଟ୍ ମହଜୁଦ ରଖା ଯାଇଛି। ଏହା ସହ ଅଧିକ ୧୦୦ ଟି ମଟର ଅଧିକ ରଖାଯାଇଛି। ସୋମବାର ସନ୍ଧ୍ୟା ସୁଦ୍ଧା ବିଭିନ୍ନ ସ୍ଥାନରେ ପମ୍ପ ସେଟ୍ ଓ ତେଲ ଗୁଡ଼ିକୁ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଭେଟେନାରୀ ପକ୍ଷରୁ ୧୪ଟି ଆରଆରପି ଟିମ୍ ରଖାଯାଇଛି। ମୁଖ୍ୟାଳୟ ସହ ୪ଟି ଫାୟାର ଷ୍ଟେସନରେ ୧୦ ଟିମ୍ ପ୍ରସ୍ତୁତ ଅଛନ୍ତି। ଗଛ ସଫା କରିବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ପ୍ରସ୍ତୁତ ରଖାଯାଇଛି। ବିଦ୍ୟୁତ୍ ବିଭାଗ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି। ୱାଟକୋ ପକ୍ଷରୁ ଅଧିକ ୯୪ ଟିଡିଜି ସେଟ୍ ପ୍ରସ୍ତୁତ ରଖାଯାଇଛି। ବୈଠକରେ ସମସ୍ତ ୱାର୍ଡର କର୍ପୋରେଟର, ସିଏମସି ସମେତ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ ମାନେ ସାମିଲ ଥିଲେ । 

  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.