ବାତ୍ୟା ମୁକାବିଲା ପାଇଁ ସଜାଗ ସରକାର, ଗତିପଥ ଉପରେ ନଜର ରଖିଛି କଣ୍ଟ୍ରୋଲ ରୁମ୍

Published By : Prameya-News7 Bureau | October 21, 2024 IST

ଭୁବନେଶ୍ବର ୨୧/ ୧୦: ଆସୁଛି ବାତ୍ୟା ‘ଦାନା’ । ତୀବ୍ର ହେବ ଝଡ ତୋଫାନ । ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସଜାଗ ରାଜ୍ୟ ସରକାର । ପ୍ରସ୍ତୁତ ହେଉଛି ରଣନୀତି । କିଛି ସମୟ ପରେ SRCଙ୍କ କାର୍ଯ୍ୟାଳୟରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ । ବାତ୍ୟା ମୁକାବିଲା ପାଇଁ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ । ବାତ୍ୟାର ଗତିପଥ ଉପରେ ତୀକ୍ଷ୍ମଣ ନଜର ରଖିବ କଣ୍ଟ୍ରୋଲ ରୁମ୍‌ ।

ସେପଟେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକୁ ଗସ୍ତ କରିବେ ବରିଷ୍ଠ ଆଇଏସ୍‌ ଅଧିକାରୀ । କେଉଁ ଜିଲ୍ଲାକୁ କେତେ NDRAF ଓ ODRAF ଟିମ୍‌ ଯିବେ ସେ ନେଇ ଚାଲିଛି ଆଲୋଚନା । ତେବେ ଉପକୂଳ ଓଡ଼ିଶା ଯଥା ବାଲେଶ୍ଵର, ଭଦ୍ରକ, ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତିରେ ଅଧିକ NDRAF, ODRAF ଓ ଅଗ୍ନିଶମ ବାହିନୀ ମୁତୟନ କରିବାକୁ ଯୋଜନା ରହିଛି । ସନ୍ଧ୍ୟାରେ ବିଭିନ୍ନ ଜିଲ୍ଲା ଅଭିମୁଖେ ବାହାରିବେ ଟିମ୍‌ ।  ଜିଲ୍ଲାପାଳ ମାନେ ସ୍ଥିତି ସମୀକ୍ଷା କରି ଅପରାହ୍ନ ସୁଦ୍ଧା ରିପୋର୍ଟ ଦେବା ପରେ ଆବଶ୍ୟକତା ଅନୁଯାୟୀ ସରକାର ସହାୟତା ଯୋଗାଇ ଦେବେ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.