ରାତି ହେଲେ ଆମକୁ ଭୟ ଲାଗୁଛି, ଆମକୁ ସୁରକ୍ଷା ଦିଅ କହିଲେ ମହିଳା

Published By : Prameya-News7 Bureau | February 08, 2025 IST

ଆଠଗଡ ୦୮/୦୨: ରାତି ହେଲେ ଆମକୁ ଭୟ ଲାଗୁଛି । ଆମକୁ ସୁରକ୍ଷା ଦିଅ। ସାମ୍ବାଦିକ ସମ୍ମିଳନୀ ଜରିଆରେ ଏମିତି ଅଭିଯୋଗ ଆଣିଛନ୍ତି ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ରାଧାକୃଷ୍ଣପୁର ନୂଆସାହିର କିଛି ମହିଳା । ଗତ ୩ ତାରିଖ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ରାଜନୈତିକ କାରଣରୁ ହୋଇଥିଲା ବିବାଦ । ସଂଘବଦ୍ଧ ଭାବରେ ଆକ୍ରମଣ କରିବା ଶହ ଗାଡ଼ି ଭଙ୍ଗାରୁଜା ହୋଇଥିଲା । 

ଏନେଇ ଖୁଣ୍ଟୁଣୀ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ବରଂ ଆକ୍ରମଣର ଶିକାର ହୋଇଥିବା ପରିବାରର ପୁରୁଷମାନଙ୍କ ନାମରେ ମିଥ୍ୟା ଅଭିଯୋଗ କରାଯାଇଥିବା ଅଭିଯୋଗ ଆଣିଛନ୍ତି ଆକ୍ରମଣର ଶିକାର ହୋଇଥିବା ମହିଳା । 

ତେବେ ଘରେ କୌଣସି ପୁରୁଷ ନଥିବାରୁ ସରପଞ୍ଚ ଏବଂ ତାଙ୍କର ସମର୍ଥକ ମାନେ ଆସି ଗାଳି ଗୁଲଜ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି। ପୋଲିସକୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୁରକ୍ଷା ଲୋଡିଛନ୍ତି ମହିଳା ମାନେ। ଏନେଇ ପୋଲିସ୍ ସହିତ ଯୋଗା ଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.