ଅଷ୍ଟ୍ରେଲିଆ ଓପନ୍ ସେମିଫାଇନାଲରେ ନୋଭାକ୍ ଜୋକୋଭିକ୍, କ୍ୱାର୍ଟରରେ କାର୍ଲୋସ ଅଲକାରେଜଙ୍କୁ ଦେଲେ ମାତ୍

Published By : Prameya-News7 Bureau | January 21, 2025 IST

ନୂଆଦିଲ୍ଲୀ: ବର୍ଷର ପ୍ରଥମ ଗ୍ରାଣ୍ଡ ସ୍ଲାମ୍ ଟୁର୍ଣ୍ଣାମେଣ୍ଟ ଅଷ୍ଟ୍ରେଲିଆ ଓପନ୍ ୨୦୨୫ର ସେମିଫାଇନାରେ ପହଞ୍ଚିଛନ୍ତି ନୋଭାକ ଜୋକୋଭିକ୍ । ଟେନିସର ଅନ୍ୟତମ ଯୁବ ଷ୍ଟାର୍ ଖେଳାଳି କାର୍ଲୋସ ଅଲ୍‌କାରେଜଙ୍କୁ ୪-୬, ୬-୪, ୬-୩, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି । ମଙ୍ଗଳବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଜୋକୋଭିକ୍ ପ୍ରଥମ ସେଟ୍‌କୁ ୪-୬ ହାରିବା ପରେ ଜୋରଦାର କମ୍‌ବ୍ୟାକ୍ କରିଥିଲେ । ପ୍ରଥମ ସେଟ୍‌ରେ ପରାଜିତ ହେବା ପରେ ୩୭ ବର୍ଷୀୟ ଜୋକୋଭିକ୍ ଲଗାତାର ତିନି ସେଟ୍ ଜିତି ମୁକାବିଲାକୁ ନିଜ ନାଁରେ କରିଥିଲେ । ସେମିଫାଇନାରେ ଜର୍ମାନୀର ବିଶ୍ୱର ନମ୍ୱର ୨ ଖେଳାଳି ଆକ୍ସେଜାଣ୍ଡର ଜଭେରେଭଙ୍କ ସହ ଜୋକୋଭିକଙ୍କ ମୁକାବିଲା ହେବ । 

ଅଷ୍ଟ୍ରେଲିଆ ଓପନରେ ଏହି ଥିଲା ନୋଭାକ ଜୋକୋଭିକ୍ ୯୯ତମ ବିଜୟ । ଏହାସହ ୧୨ ଥର ପାଇଁ ଅଷ୍ଟ୍ରେଲିଆ ଓପନ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି । ୨୪ଥରର ଗ୍ରାଣ୍ଡସ୍ଲାମ୍ ବିଜେତା ଜୋକୋଭିକ ନିଜ କ୍ୟାରିୟରର ୨୫ତମ ଗ୍ରାଣ୍ଡସ୍ଲାମ ଜିତିବା ଆଡ଼କୁ ଗୋଟିଏ ପାଦ ବଢାଇଛନ୍ତି । 

କ୍ୱାର୍ଟର ଫାଇନାଲ୍ ଜିତିବା ପରେ ଜୋକୋଭିକ୍ କହିଛନ୍ତି, 'ଆଜିର ମ୍ୟାଚ୍ ଫାଇନାଲ୍ ମ୍ୟାଚ୍ ହୋଇଥାନ୍ତା କି । ଏହା ଏହି କୋର୍ଟ, କିମ୍ୱା ଅନ୍ୟ କୌଣସି କୋର୍ଟରେ ମୋ ଦ୍ୱାରା ଖେଳାଯାଇଥିବା ସବୁଠୁ ବଡ଼ ମଧ୍ୟରୁ ଗୋଟିଏ ।' ଉଲ୍ଲେଖଯୋଗ୍ୟ ଯେ ଟେନିସର ମହାନ ଖେଳାଳି ନୋଭାକ ଜୋକୋଭିକ୍‌ ୧୦ଥର ଅଷ୍ଟ୍ରେଲିଆ ଓପନ୍, ୩ଥର ଫ୍ରେଞ୍ଚ ଓପନ, ୪ଥର ୟୁଏସ୍ ଓପନ, ଏବଂ ୭ଥର ୱିମ୍ୱଲଡନ୍ ଜିତିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.