ଅଜବ ଢଙ୍ଗରେ ଆଉଟ୍‌ ହୋଇ ଟ୍ରୋଲ୍ ହେଲେ ପାକିସ୍ତାନୀ ୱିକେଟ୍ କିପର, ନିଜକୁ ବି କଲେ ଆହାତ

Published By : Prameya-News7 Bureau | September 02, 2024 IST

ନୂଆଦିଲ୍ଲୀ ପାକିସ୍ତାନ ଓ୍ବିକେଟକିପର ଆଜାମ ଖାନ୍ ଆଣ୍ଟିଗୁଆ ଆଣ୍ଡ ବର୍ବୁଡା ଫାଲକନ୍ସ ଏବଂ ଗୁୟାନା ଆମାଜନ ୱାରିୟର୍ସ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ରେ ବିଚିତ୍ର ଭାବେ ହୋଇଛନ୍ତି ଆଉଟ୍‌ । ଯାହା ସମସ୍ତଙ୍କୁ ବିସ୍ମିତ କରିଛି। 

କାରବିୟାନ ପ୍ରିମିୟର ଲିଗ୍‌ ୨୦୨୪ ସିଜିନର ଦ୍ବିତୀୟ ମ୍ୟାଚ୍‌ ଆଣ୍ଟିଗୁଆ ଆଣ୍ଡ ବର୍ବୁଡା ଫାଲକନ୍ସ ଏବଂ ଗୁୟାନା ଆମାଜନ ୱାରିୟର୍ସ ମଧ୍ୟରେ ଖେଳାଯାଉଥିଲା । ଆମାଜନ ଓ୍ବାରିୟର୍ସ ୩ ଓ୍ବିକେଟରେ ଏହି ମୁକାବିଲାକୁ ନିଜ ନାଁରେ କରିଛି । କିନ୍ତୁ ଏହି ମ୍ୟାଚରେ ପାକିସ୍ତାନ ଓ୍ବିକେଟକିପର ଆଜାମ ଖାନ୍ ଅଜବ ଢଙ୍ଗରେ ଆଉଟ ହୋଇଛନ୍ତି। ଏପରିକି ସେ ଆହାତ ମଧ୍ୟ ହୋଇଛନ୍ତି। ଯାହାର ଭିଡିଓ ବର୍ତ୍ତମାନ ସୋଶିଆଲ୍‌ ମିଡିଆରେ ଭାଇରାଲ ହେଉଛି । 

ଗୁୟାନା ଆମାଜନ ୱାରିୟର୍ସ ପାଳିରେ ୧୨ ଓଭରରେ ଆଣ୍ଟିଗୁଆ ଆଣ୍ଡ ବର୍ବୁଡା ଫାଲକନ୍ସଙ୍କ ତରଫରୁ ଶମାର ସ୍ପ୍ରିଙ୍ଗଲ୍‌ ବୋଲିଂ ପକାଇଥିଲେ । ତାଙ୍କ ଓଭରର ୩ୟ ଓଭରରେ ଆଜମ ଖାନ୍‌ ଷ୍ଟାଇକରେ ଥିଲେ । ସ୍ପ୍ରିଙ୍ଗଲ୍‌ ଆଜାମଙ୍କୁ ବାଉନସର ବଲ୍‌ ପକାଇଥିଲେ । ବଲ୍‌ ଏତେ ସ୍ପିଡରେ ଆସିଥିଲା ଯେ କିଛି ଚିନ୍ତା କରିବା ଆଗରୁ ଆଜାମଙ୍କ ବେକରେ ବଲ୍ ବାଜିିଥିଲା । ବାଜିବା କ୍ଷଣି ସେ ତଳେ ପଡିଯାଇଥିଲେ।

ତେବେ ବଲ୍‌ଟି ତାଙ୍କ ବେକରେ ବାଜିବା ପରେ ଷ୍ଟମ୍ପରେ ଲାଗିଥିଲା । ଆଉ ଏହିପରି ଭାବେ ଆଉଟ ହୋଇଥିଲେ ଆଜମ । ଆଉଟ ହେବା ପରେ ଆଜାମ ଖାନ୍‌ଙ୍କ ଆହାତ ସମସ୍ୟା ସାମ୍ନାକୁ ଆସିଥିଲା । ଆଜାମ ଖାନ୍‌ ଏହି ମ୍ୟାଚ୍‌ରେ ମାତ୍ର ୯ ରନ୍ କରି ହୋଇଥିଲେ ଆଉଟ୍‌ । 

ଆଜାମ ଖାନ ନିଜ ଖରାପ ଫିଟନେସ୍‌ ପାଇଁ ସବୁବେଳେ ଟ୍ରୋଲ୍‌ ହୋଇଥାନ୍ତି । ଅଧିକ ମୋଟା ହୋଇଥିବା କାରଣରୁ ସେ କ୍ରିକେଟ ଖେଳିବା ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ପ୍ରଶଂସକ  ତାଙ୍କୁ ଟ୍ରୋଲ କରିବାରେ କୌଣସି ସୁଯୋଗ ହାତଛଡ଼ା କରି ନ ଥାନ୍ତି। ୨୬ ବର୍ଷୀୟ ଆଜାମ ଖାନ ବର୍ତ୍ତମାନ ପର୍ଯ୍ୟନ୍ତ ପାକିସ୍ତାନ ପାଇଁ ୧୪ଟି ଟି-୨୦ ଖେଳିଛନ୍ତି । ଯେଉଁଥିରେ ସେ କେବଳ ୮୩ ରନ୍‌ କରିଛନ୍ତି। ତାଙ୍କର ଷ୍ଟ୍ରାଇକରେଟ୍‌ ୧୦ରୁ ମଧ୍ୟ କମ୍‌ ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.