ଡବଲ ଲଘୁଚାପ ଆଣିବ ବଡ ବର୍ଷା, ମାସ ଶେଷ ଯାଏଁ ଲାଗିରହିବ ବର୍ଷିବ

Published By : Prameya-News7 Bureau | July 21, 2023 IST

ଭୁବନେଶ୍ୱର ୨୧/୦୭: ଲଘୁଚାପ ପରେ ଲଘୁଚାପ ଓଡ଼ିଶାମୁହାଁ । ଉତ୍ତର-ପଶ୍ଚିମବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଓଡିଶା ଉପକୂଳରେ ଲଘୁଚାପ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ । ଉପକୂଳଠାରୁ ଆଭ୍ୟନ୍ତରୀଣ ଓଡିଶାରେ ବେଶୀ ବର୍ଷିବ ।

୨୪ ତାରିଖ ବେଳକୁ ଆଉ ଏକ ଲଘୁଚାପ ଆସୁଛି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ । ଅବପାତ ହୋଇ ଅଧିକ ବର୍ଷା ଆଣିପାରେ । ଏହାର ପ୍ରଭାବରେ ୨୫ ତାରିଖରୁ ମାସ ଶେଷ ଯାଏଁ ଓଡିଶାରେ ବର୍ଷା ଲାଗି ରହିବ । ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଏବେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରିହଛି ବର୍ଷା । ଆଜି ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସେପଟେ ସମ୍ଭାବ୍ୟ ବର୍ଷାକୁ ଦେଖି ଏସ୍‌ଆରସି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାଲକାନଗିରି, କୋରାପୁଟ, କଳାହାଣ୍ଡି ଜିଲ୍ଲାକୁ ବେଶି ସତର୍କତା ଜାରି ରହିଛି । ସମସ୍ତ ବିଭାଗର ବରିଷ୍ଠ ଅଧିକାରୀ କ୍ଷେତ୍ର ଅଧିକାରୀଙ୍କୁ ହେଡ୍ କ୍ୱାର୍ଟର ନଛାଡିବାକୁ ପରାମର୍ଶ ଦିଆଯାଇଛି ।

you can also read...

wp:embed {"url":"https://www.prameyanews7.com/orange-warning-for-six-district/","type":"wp-embed","providerNameSlug":"prameya-news-7"}
https://www.prameyanews7.com/orange-warning-for-six-district/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.