ବାହାଦୂର ସିଂହ ସାଗୋଙ୍କୁ ବଡ ଦାୟିତ୍ୱ, ଭାରତୀୟ ଆଥ୍‌ଲେଟିକ୍ ମହାସଂଘର ହେଲେ ସଭାପତି

Published By : Prameya-News7 Bureau | January 07, 2025 IST

ନୂଆଦିଲ୍ଲୀ ୦୭/୦୧: ବାହାଦୂର ସିଂହ ସାଗୁଙ୍କୁ ବଡ ଦାୟିତ୍ୱ । ଭାରତୀୟ ଆଥ୍‌ଲେଟିକ୍ ମହାସଂଘର ହେଲେ ନୂଆ ଅଧ୍ୟକ୍ଷ ହେଲେ ବାହାଦୂର ସିଂହ ସାଗୋ । ମଙ୍ଗଳବାର ଏସିଆନ୍ ଗେମ୍ସର ଗୋଲ୍ଡ ବିଜେତା ବାହାଦୂର ସିଂ ସାଗୋ ଆଦିଲ ସୁମାରିୱାଲାଙ୍କ ସ୍ଥାନ ନେଇଛନ୍ତି । ବରିଷ୍ଠ ଉପ-ସଭାପତି ଅଞ୍ଜୁ ବବି ଜର୍ଜ ସଭାପତି ଦୌଡରୁ ଓହରି ଯିବା ପରେ ଚଣ୍ଡିଗଡ଼ରେ ଅନୁଷ୍ଠିତ AFI ବାର୍ଷିକ ସାଧାରଣ ସଭାରେ ଏହି ନିଷ୍ପତ୍ତି ଚୂଡାନ୍ତ ହୋଇଛି । 

୨୦୦୨ ବୁସାନ୍ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ସାଗୋ ଚାରି ବର୍ଷ ପାଇଁ ଏହି ପଦବୀରେ ରହିବେ । ସେ ବର୍ତ୍ତମାନ AFI ଆଥଲେଟ୍ସ କମିଶନରେ କାର୍ଯ୍ୟ କରୁଛନ୍ତି । ବିଦାୟୀ ସଭାପତି ସୁମାରିୱାଲା ବର୍ତ୍ତମାନ ୱାର୍ଲ୍ଡ ଆଥଲେଟିକ୍ସର କାର୍ଯ୍ୟନିର୍ବାହୀ ବୋର୍ଡରେ ମଧ୍ୟ କାର୍ଯ୍ୟ କରୁଛନ୍ତି। 

୬୭ ବର୍ଷୀୟ ସୁମାରିୱାଲାଙ୍କର ତିନୋଟି ପଦବୀ ପୂରଣ ହୋଇଛି । ସେ ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ । ୫୧ ବର୍ଷୀୟ ସାଗୋ, ୨୦୦୨ ବୁସାନ୍ ଏସୀୟ ଗେମ୍ସରେ ସଟ୍‌ ପୁଟ୍‌ରେ ଜିତିଥିଲେ ସ୍ୱର୍ଣ୍ଣ ପଦକ । ୨୦୦୦ ଏବଂ ୨୦୦୪ ଅଲିମ୍ପିକ୍ ଗେମ୍ସରେ ବି ଭାଗ ନେଇଥିଲେ ସାଗୋ । ସେ ଆଥଲେଟ୍ସ ଆୟୋଗର ପ୍ରତିନିଧୀ ଭାବରେ ବିଦାୟୀ କାର୍ଯ୍ୟନିର୍ବାହୀ ପରିଷଦର ସଦସ୍ୟ ମଧ୍ୟ ଅଟନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.