ବଜାଜ ହାଉସିଂ ଦେଶର ସବୁଠୁ ମୂଲ୍ୟବାନ ହାଉସିଂ କମ୍ପାନି, ପ୍ରଥମ ଦିନରେ ୧୩୬% ବଢିଲା ସେୟାର ମୂଲ୍ୟ

Published By : Prameya-News7 Bureau | September 16, 2024 IST

ନୂଆଦିଲ୍ଲୀ: ବଜାଜ ହାଉସିଂ ଫାଇନାନ୍ସ ଲିମିଟେଡ୍ ସୋମବାର ସେୟାର ବଜାରରେ ସୂଚୀବଦ୍ଧ ହୋଇଛି । ଏହାସହ ଲିଷ୍ଟିଂ ଦିନ ହିଁ ଦେଶର ସବୁଠୁ ମୂଲ୍ୟବାନ ହାଉସିଂ ଫାଇନାନ୍ସ କମ୍ପାନି ହୋଇଛି । ବଜାଜ ହାଉସିଂ ଫାଇନାନ୍ସ ଲିମିଟେଡ୍ ସେୟାର ବଜାର ଆରମ୍ଭ ଦିନରେ ୧୬୫ ଟଙ୍କାରେ ବନ୍ଦ ହୋଇଛି । କାରବାରର ପ୍ରଥମ ଦିନରେ ୭୦ ଟଙ୍କା ଆଇପିଓ ପ୍ରାଇସ ଠାରୁ ପ୍ରାୟ ୧୩୬ ପ୍ରତିଶତ ବୃଦ୍ଧି ପାଇଛି ।

ସେୟାର ମୂଲ୍ୟ ବୃଦ୍ଧି ଯୋଗୁଁ କାରବାର ଶେଷରେ ବଜାଜ ହାଉସିଂ ଫାଇନାନ୍ସ ଲିମିଟେଡର ମାର୍କେଟ୍ କ୍ୟାପ୍ ୧,୩୭,୪୦୬.୦୯ କୋଟି ଟଙ୍କା ହୋଇଛି । ଏହାସହ ବଜାଜ ହାଉସିଂ ଫାଇନାନ୍ସ ଦେଶର ସବୁଠୁ ମୂଲ୍ୟବାନ ହାଉସିଂ ଫାଇନାନ୍ସ କମ୍ପାନି ହୋଇଛି । ହାଉସିଂ ଆଣ୍ଡ ଅର୍ବାନ ଡେଭଲପମେଣ୍ଟ କର୍ପୋରେସନ ୪୯,୪୭୬.୯୬ କୋଟି ଟଙ୍କାର ବଜାର ମୂଲ୍ୟାୟନ ସହ ଦ୍ୱିତୀୟ ସ୍ଥାନରେ ରହିଛି । ଏହାପରେ ଏଲ୍‌ଆଇସି ହାଇସିଂ ଫାଇନାନ୍ସ ୩୭,୪୩୪.୫୪ କୋଟି ଟଙ୍କା ସହ ତୃତୀୟ ଏବଂ ପିଏନବି ହାଉସିଂ ଫାଇାନ୍ସ ୨୭,୫୮୧.୪୧ କୋଟି ଟଙ୍କା ମୂଲ୍ୟାୟନ ସହ ଚତୁର୍ଥ ସ୍ଥାନରେ ରହିଛି । ବଜାଜ ହାଉସିଂ ଫାଇନାନ୍ସ ୬୫୬୦ କୋଟି ଟଙ୍କାର ଆଇପିଓ ପାଇଁ ୬୩.୬୦ ଗୁଣ ଅଧିକ ଆବେଦନ ମିଳିଥିଲା । ଆଇପିଓ ପ୍ରାଇସ୍ ବ୍ୟାଣ୍ଡ ୬୬-୭୦ ଟଙ୍କା ପ୍ରତି ସେୟାର ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.