RCB କ୍ୟାପଟେନଙ୍କ ଉପରେ ଜରିମାନା ଲଗାଇଲା ବିସିସିଆଇ, ଜାଣନ୍ତୁ କାରଣ…

Published By : Prameya-News7 Bureau | April 08, 2025 IST

ନୂଆଦିଲ୍ଲୀ ୦୮।୦୪: ସୋମବାର ମୁହାଁମୁହିଁ ହୋଇଥିଲେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର -ମୁମ୍ବାଇ ଇଣ୍ଡିଆନ୍ସ । ମ୍ୟାଚ୍‌କୁ ୧୨ ରନ୍‌ରେ ହାରିଛି ମୁମ୍ବାଇ ଇଣ୍ଡିଆନ୍ସ । ୬୪ ରନର ବିସ୍ଫୋରକ ଇନିଂସ ଖେଳିଥିଲେ ଆରସିବି  ଅଧିନାୟକ ରଜତ ପତିଦାର । ଶେଷରେ ହୋଇଥିଲେ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ । ତାଙ୍କ ସହିତ ବିରାଟ କୋହଲି ମଧ୍ୟ ୬୭ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ । ଏହି ଦମ୍‌ଦାର୍‌ ବିଜୟ ପରେ ମଧ୍ୟ ଅଧିନାୟକ ପାଟିଦାର ଏକ ବଡ଼ କ୍ଷତି ସହିଛନ୍ତି । ବିସିସିଆଇ ତାଙ୍କ ଉପରେ ଲଗାଇଛି ୧୨ ଲକ୍ଷ ଟଙ୍କା ଜରିମାନା ।

ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ରେ ସ୍ଲୋ ଓଭର-ରେଟ୍ ବଜାୟ ରଖିବାରୁ ଆରସିବି ଅଧିନାୟକ ରଜତ ପତିଦାରଙ୍କ ଉପରେ ଲାଗିଛି ଜରିମାନା । IPL ଆଚରଣ ସଂହିତାର ଧାରା ୨.୨ ଅନୁଯାୟୀ, ଚଳିତ ସିଜିନରେ ଏହା ତାଙ୍କ ଦଳର ପ୍ରଥମ ଅପରାଧ ଥିଲା । ଏଥିପାଇଁ ପାଟିଦାରଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଛି । 

ଫିଲ୍ ସଲ୍ଟଙ୍କ ରୂପରେ ପ୍ରଥମ ୱିକେଟ୍ ପତନ ପରେ ବିରାଟ କୋହଲି ଦେବଦତ୍ତ ପାଡିକ୍କଲଙ୍କ ସହିତ ୯୧ ରନର ଭାଗୀଦାରି କରିଥିଲେ । ତା’ପରେ ରଜତ ପତିଦାରଙ୍କ ସହିତ ୪୮ ରନ ଯୋଡିଥିଲେ। କୋହଲି ୪୨ ବଲ୍‌ରେ ୬୭ ରନ୍ କରିବା ପରେ ହୋଇଥିଲେ ଆଉଟ୍ । ଅଧିନାୟକ ପାଟିଦାର କରିଥିଲେ ବିସ୍ଫୋରକ ବ୍ୟାଟିଂ । ସେ ୩୨ ବଲ୍‌ରେ ୪ଟି ଛକା ଏବଂ ୫ଟି ଚୌକା ସହାୟତାରେ  କରିଥିଲେ ୬୪ ରନ୍ । ଏହି ଇନିଂସ ପାଇଁ ସେ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ମନୋନୀତ ହୋଇଥିଲେ । ଆରସିବି ମୁମ୍ବାଇ ଇଣ୍ଡିଆନ୍ସକୁ ଜିତିବା ପାଇଁ ୨୨୨ ରନର ଟାର୍ଗେଟ ଦେଇଥିଲା।

ଟାର୍ଗେଟର ପିଛା କରିବା ସମୟରେ ମୁମ୍ବାଇ ଇଣ୍ଡିଆନ୍ସର ଆରମ୍ଭ ଭଲ ନଥିଲା । କିନ୍ତୁ ତିଲକ ବର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଇନିଂସ ଦଳକୁ ବିଜୟର ନିକଟତର କରିଥିଲା। ମୁମ୍ବାଇକୁ ୧୨ ବଲ୍‌ରେ ଜିତିବା ପାଇଁ ୨୮ ରନ୍ ଆବଶ୍ୟକ ଥିଲା । ଜୋଶ୍ ହାଜେଲଉଡ୍ ୧୯ତମ ଓଭରର ପ୍ରଥମ ବଲ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୱିକେଟ୍ ନେଇ ମ୍ୟାଚ୍‌ ନିଜ ଟିମ୍‌କୁ କରିଥିଲେ ମଜବୁତ । ଏହାପରେ  ଶେଷ ଓଭରରେ କୃଣାଲ ପାଣ୍ଡ୍ୟା ୧୯ ରନ ଡିଫେଣ୍ଡ କରିଥିଲେ ଏବଂ ୩ ୱିକେଟ୍ ନେଇଥିଲେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.