ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅନେକ ଖେଳାଳି ଟେଷ୍ଟ ଓ ଘରୋଇ କ୍ରିକେଟ୍ ସିରିଜ୍ ଛାଡ଼ି ଆଇପିଏଲ୍ ଉପରେ ଅଧିକ ଗୁରୁତ୍ଵ ଦେଉଛନ୍ତି। ଭାରତୀୟ ଖେଳାଳିଙ୍କ ଉପରେ ଏମିତି ଅପବାଦ ଅନେକ ଥର ଲାଗି ସାରିଛି। ଏବେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଟେଷ୍ଟ ଫର୍ମାଟ୍କୁ ପ୍ରୋତ୍ସାହିତ କରିବା ପାଇଁ ବଡ଼ ପଦକ୍ଷେପ ନେବାକୁ ଯାଉଛି। ଟେଷ୍ଟ କ୍ରିକେଟ୍ ପ୍ରତି କେମିତି ଖେଳାଳିଙ୍କ ରୁଚି ବଢିବ ସେ ଦିଗକୁ ନେଇ ବିସିସିଆଇ ଗୁରୁତର ସହ ବିଚାର କରୁଛି। ରିପୋର୍ଟ ଅନୁଯାୟୀ, ବିସିସିଆଇ ଟେଷ୍ଟ ମ୍ୟାଚ୍ ଖେଳୁଥିବା ନିଜ ଖେଳାଳିଙ୍କ ଦରମା ବଢାଇପାରେ। ଏହା ସହିତ ସମସ୍ତ ଟେଷ୍ଟ ସିରିଜ୍ ଖେଳିଥିବା ଖେଳାଳିଙ୍କୁ ବୋନସ ମଧ୍ୟ ମିଳିପାରେ।
wp:heading {"level":4}Also readp- ‘ସେମାନଙ୍କୁ ଖୁଆଇବାର କୌଣସି ମତଲବ ନାହିଁ’, କ୍ୟାପଟେନ୍ ରୋହିତ ଶର୍ମାଙ୍କ ବୟାନକୁ ନେଇ ବଢିଲା ଆଶଙ୍କା
/wp:headingଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ବିସିସିଆଇ ଆଇପିଏଲ୍ ୨୦୨୪ ପରେ ଟେଷ୍ଟ ଖେଳାଳିଙ୍କ ଦରମା ବଢାଇପାରେ। ବିସିସିଆଇ ଏମିତି ପଦକ୍ଷେପ ନେବା ପଛର କାରଣ ଅନେକ ଖେଳାଳି ଆଇପିଏଲ୍ରେ ଫିଟ୍ ରହିବା ପାଇଁ ରଣଜୀ ଟ୍ରଫି ଓ ଘରୋଇ ମ୍ୟାଚ୍ ଖେଳୁ ନାହାନ୍ତି। ନିକଟରେ ଏହାକୁ ନେଇ ଇଶାନ କିଶନ ବହୁ ଚର୍ଚ୍ଚାରେ ଥିଲେ। ବିସିସିଆଇର କହିବା ସତ୍ତ୍ଵେ ବି ଇଶାନ ଝାଡ଼ଖଣ୍ଡ ବିପକ୍ଷ ରଣଜୀ ମ୍ୟାଚ୍ ଖେଳି ନ ଥିଲେ। ଶ୍ରେୟସ ଆୟର ମଧ୍ୟ ରଣଜୀ ଟ୍ରଫିର କ୍ଵାର୍ଟର ଫାଇନାଲ୍ ମ୍ୟାଚ୍ ଖେଳି ନ ଥିଲେ। ଯାହା ବହୁତ ବିତର୍କର ବିଷୟ ପାଲଟିଥିଲା।
ବିସିସିଆଇ ବର୍ତ୍ତମାନ ଗୋଟିଏ ଟେଷ୍ଟ ପାଇଁ ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରୁଛି। ୨୦୧୬ରେ ଖେଳାଳିଙ୍କ ଦରମା ଦୁଇ ଗୁଣ ବଢାଯାଇଥିଲା। ଗୋଟିଏ ଦିନିକିଆ ପାଇଁ ଖେଳାଳିଙ୍କୁ ୬ ଲକ୍ଷ ଟଙ୍କା ଓ ଟି-୨୦ ପାଇଁ ୩ ଲକ୍ଷ ଟଙ୍କା ମିଳୁଛି। ହେଲେ ଏବେ ଟେଷ୍ଟ ମ୍ୟାଚ୍ ପାଇଁ ଖେଳାଳିଙ୍କ ଦରମା ବଢାଯିବା ସହ ବୋନସ ମଧ୍ୟ ମିଳିବ।