ନୂଆଦିଲ୍ଲୀ 26/03 : ମାନବିକତା କଣ ଏବେବି ବଞ୍ଚିଛି ? ଏ ପ୍ରଶ୍ନର ଉତ୍ତର ଏ କାହାଣୀ ଶୁଣିଲେ ଆପଣ ଜାଣିପାରିବେ। ବେଙ୍ଗାଲୁରୁର ଘଟଣା ... ଜଣେ ବ୍ୟକ୍ତି କାର୍ ରେ ଫୋନ୍ ହଜେଇଦେଲେ। ଡ୍ରାଇଭର ଜଣଙ୍କ ପ୍ୟାସେଞ୍ଜରଙ୍କୁ ଛାଡ଼ି ପଳେଇଲେ ମୈଶୂର... ତାପରର ଘଟଣା କଣ ହୋଇ ଥାଇପାରେ ଅନୁମାନ୍ କଲେ। ଅନୁମାନ୍ ପଜିଟିଭ୍ ବି ହୋଇପାରେ ନେଗେଟିଭ୍ ବି ହୋଇପାରେ। ହେଲେ ପୂରା ଘଟଣା ଆସନ୍ତୁ ଶୁଣିବା ଇଏ ଅଭିଷେକଙ୍କ କାହାଣୀ....
"ରାତି ପ୍ରାୟ ୧୧ଟା ଥିଲା, ମୁଁ ଘରକୁ ଯିବା ପାଇଁ ଅଟୋ କିମ୍ବା କ୍ୟାବ୍ ଖୋଜୁଥିଲି। ସେଥିପାଇଁ ବାରମ୍ବାର କ୍ୟାବ୍ ବୁକିଂ ଆପ୍ଗୁଡ଼ିକୁ ସର୍ଚ୍ଚ କରୁଥିଲି। କିନ୍ତୁ କୌଣସି ଅଟୋ କିମ୍ବା କ୍ୟାବ୍ ପାଇଲି ନାହିଁ। ମୋ ଫୋନ୍ର ବ୍ୟାଟେରୀ ବହୁତ କମ୍ ଥିଲା ଏବଂ ଶେଷରେ ଯାହା ଡର ଥିଲା ସେଇଆ ହେଲା। ମୁଁ କ୍ୟାବ୍ ସର୍ଚ୍ଚ କରୁଥିବା ସମୟରେ ମୋ ଫୋନ୍ ସ୍ୱିଚ୍ ଅଫ୍ ହୋଇଯାଇଥିଲା। ଅନ୍ୟ କୌଣସି ବିକଳ୍ପ ନ ପାଇ, ଗନ୍ତବ୍ୟସ୍ଥଳକୁ ଚାଲିବା ଆରମ୍ଭ କଲି, ଯାହା ପ୍ରାୟ ଦୁଇ କିଲୋମିଟର ଦୂରରେ ଥିଲା। ସେତେବେଳେ ମୁଁ ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ଏକ କ୍ୟାବ୍ ଦେଖିଲି। ମୁଁ ଡ୍ରାଇଭରଙ୍କୁ ପଚାରିଲି ମୋତେ ଟିକେ ଆଗରେ ଛାଡ଼ିଦେବେ କି। ମୋ କଥା ଶୁଣି ଭାଗ୍ୟ ବଶତଃ ସେ ରାଜି ହୋଇଯାଇଥିଲେ। ସେଥିପାଇଁ ମୁଁ ତାଙ୍କୁ କିଛି ଟଙ୍କା ବି ଯାଚି ଥିଲି। କିନ୍ତୁ ସେ କୌଣସି ଦେୟ ଗ୍ରହଣ କରିବାକୁ ମନା କରିଦେଲେ। ମୋତେ ଲାଗିଲା ହୁଏତ ଦୂରତା କମ୍... ସେ ବୋଧେ ମନା କଲେ। ଘରେ ପହଞ୍ଚିବା ପରେ ମୁଁ ଅନୁଭବ କଲି ମୋ ଫୋନ୍ ହଜିଯାଇଛି। ବ୍ୟସ୍ତ ଓ ଭୟଭୀତ ହୋଇ ମୋର ବ୍ୟାଗ୍ ଗୁଡ଼ିକ ଖୋଜିବାକୁ ଲାଗିଲି। ଲାଗୁଥିଲା ଯେମିତି ମୋ ଫୋନ୍ ବୋଧହୁଏ ବ୍ୟାଗରେ ଥିବ। କିନ୍ତୁ ଯେତେ ଖୋଜିଲି ଫୋନ୍ ପାଇଲି ନାହିଁ। ତାପରେ ଲାଗିଲା ଫୋନଟି କ୍ୟାବରେ ଛାଡ଼ି ଦେଇଛି। ସେତେବେଳକୁ କ୍ୟାବ୍ ବି ଛାଡ଼ି ଚାଲିଯାଇଥିଲା। ଯେହେତୁ ମୁଁ କ୍ୟାବ୍କୁ ଅଫ୍ଲାଇନ୍ ନେଇଥିଲି। ମୋ ପାଖରେ ଗାଡ଼ିର କୌଣସି ନମ୍ବର ମଧ୍ୟ ନଥିଲା। ମୁଁ ଫୋନକୁ ବାରମ୍ବାର କଲ୍ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବ୍ୟାଟେରୀ ସରିଯାଇଥିବା କାରଣରୁ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା। ସେଥିପାଇଁ ଫୋନ୍ ଅନ୍ ରିଚେବୁଲ୍ କହିଥିଲା। ମୁଁ ଫୋନ୍ କୁ ଟ୍ରାକିଂ କରିବାକୁ ମଧ୍ୟ ଚେଷ୍ଟା କରିଥିଲି, କିନ୍ତୁ ଫୋନ୍ ବନ୍ଦ ଥିବା କାରଣରୁ ଏହା କାମ ଦେଇ ନଥିଲା। ମୁଁ ମୋ ଜୀବନରେ ପ୍ରଥମ ଥର ପାଇଁ ଫୋନ୍ ହଜେଇଥିଲି । ସେଥିପାଇଁ ଖୁବ୍ ଖରାପ ଅନୁଭବ କରୁଥିଲି। ମୋ ବନ୍ଧୁମାନେ ମଧ୍ୟ ମୋତେ କହି ଦେଇଥିଲେ... ଫୋନକୁ ପାଇବାର ସମ୍ଭାବନା କମ୍। ପ୍ରାୟ 15 ଘଣ୍ଟା ପରେ ମୋ ଫୋନ୍ ଅନ୍ ହୋଇଥିବା ଏକ ନୋଟିଫିକେସନ୍ ଆସିଲା। ତାପରେ ଅନୁମାନ କଲି ଡ୍ରାଇଭର ବୋଧେ ଏହି ଫୋନକୁ ପାଇ ଚାର୍ଜ କରି ଏହାକୁ ଚାଲୁ କରିଛନ୍ତି। ତାପରେ ମୁଁ ମୋ ଫୋନ୍ କୁ କଲ୍ କରିଥିଲି। ଡ୍ରାଇଭର ରିସିଭ୍ କରି ଉତ୍ତର ଦେଇଥିଲେ ଆଉ କହିଥିଲେ, ସେ ମହୀଶୂର ଯାଇଛନ୍ତି ଏବଂ ପରଦିନ ମୋ ଫୋନ୍ ଫେରାଇ ଦେବେ। ତାଙ୍କ କଥାରେ ସତ୍ୟତା ଜଣା ପଡ଼ୁଥିଲା। ଆଉ ସେଇଆ ହିଁ ହେଲା। ଡ୍ରାଇଭର ଜଣଙ୍କ ମୋ ସହ କଥାହେବା ପରଦିନ ସକାଳେ ବେଙ୍ଗାଲୁରୁକୁ ଫେରିବା ପରେ ମୋ ନିକଟକୁ ଆସି ଫୋନ୍ ଦେଇଥିଲେ। ତାଙ୍କ ସଚ୍ଚୋଟତାରେ ଖୁସି ହୋଇ, ମୁଁ ତାଙ୍କୁ ପ୍ରଶଂସା ସ୍ୱରୂପ 1,000 ଟଙ୍କା ଦେଲି। ଯଦିଓ ସେ ସହି ଟଙ୍କା ନେବାକୁ ଆଦୌ ଚାହୁଁ ନଥିଲେ।
କ୍ୟାବ୍ ଡ୍ରାଇଭରଙ୍କ ସଚ୍ଚୋଟତା ଓ ମାନବିକତା ମୋର ବିଶ୍ୱାସକୁ ଫେରାଇ ଆଣିଥିଲା," ସେ ଏମିତି କିଛି ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ। ପରେ କାହାଣୀଟି ଖୁବ୍ ଭାଇରାଲ୍ ହୋଇଥିଲା। ଅନେକ ୟୁଜର ଏହି ପୋଷ୍ଟରେ ମନ୍ତବ୍ୟ ଦେଇଥିଲେ, "ଆଶ୍ଚର୍ଯ୍ୟ ଭାଇ! ଏହା ପଢ଼ି ଖୁସି ଲାଗିଲା । ମୋର ବି ବିଶ୍ୱାସ ଆସିଲା ଯେ, ଲୋକଙ୍କ ଭିତରେ ଏବେ ବି ବଞ୍ଚିଛି ମାନବିକତା। " ଅନ୍ୟ ଜଣେ ଲେଖିଥିଲେ, " ଏହି ଭଳି ସମସ୍ତେ କର ଏବଂ ମାନବିକତା ବିସ୍ତାର କର।" ଆଉ ଜଣେ ଲେଖିଛନ୍ତି, "ତୁମେ ଭାଗ୍ୟବାନ ଯେ ତୁମେ ତୁମର ଫୋନ୍ ପାଇଲ - କ୍ୟାବ୍ ଡ୍ରାଇଭରଙ୍କୁ ମଧ୍ୟ ସାଲ୍ୟୁଟ୍," । ଆଉ ଜଣେ ଲେଖିଛନ୍ତି, "କାହାଣୀର ନିଷ୍କର୍ଷ ଖୁସି ଦେଲା"
ତେବେ ସତ କହିଲେ କାହାଣୀ ର ଆରମ୍ଭରୁ ଆପଣ କଣ ଭାବୁଥିଲେ। ବୋଧ ହୁଏ। ଅଭିଷେକ ନାମକ ବ୍ୟକ୍ତି ତାଙ୍କ ଫୋନ୍ ଆଉ ପାଇନଥିବେ। ଏମିତି ନା... କିନ୍ତୁ କ୍ୟାବ୍ ଡ୍ରାଇଭର ଏକଥାକୁ ଭୁଲ୍ ପ୍ରମାଣିତ କରିଥିଲେ। Reddit ପୋଷ୍ଟରେ, ଅଭିଷେକ ଲେଖିଥିଲେ, "ସଚ୍ଚୋଟ୍ କ୍ୟାବ୍ ଡ୍ରାଇଭରଙ୍କ ଦ୍ୱାରା ହଜିଯାଇଥିବା ଫୋନ୍ ଫେରିଆସିଲା" ସତରେ ବାସ୍ତବ ଜୀବନର ଏ କାହାଣୀ ବିଶ୍ୱାସ ଓ ମାନବିକତାର ପରିଚୟ ଦେଉଛି। ଯାହା ବେଶ୍ ମନଛୁଆଁ...