ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି: ତିନି ଦିନ ପାଇଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓ ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଛୁଟି ଘୋଷଣା

Published By : Prameya-News7 Bureau | October 22, 2024 IST

ବ୍ରହ୍ମପୁର: ସମ୍ଭାବ୍ୟ ବାତ୍ୟା ଓ ଏହାର ପ୍ରଭାବରେ ହେବାକୁ ଥିବା ବର୍ଷା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓ ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି। ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓ ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟ ତିନି ଦିନ ଛୁଟି ଘୋଷଣା କରିଛନ୍ତି। 

ଖଲିକୋଟ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ମଙ୍ଗଳବାର ଛୁଟି ନେଇ ଘୋଷଣା କରିବା ସହ କହିଛନ୍ତି, ହଷ୍ଟେଲରେ ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ତ ପ୍ରକାର ସୁବ୍ୟବସ୍ଥା ଗ୍ରହଣ କରାଯିବ, ଛାତ୍ରଛାତ୍ରୀ ଏଥିପାଇଁ ଭୟଭୀତ ନହୁଅନ୍ତୁ। ଏହ ସହ କୌଣସି ଅସୁବିଧା ହେଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସଙ୍ଗେ ସଙ୍ଗେ ଜଣାଇବାକୁ ପରାମର୍ଶ ଦେଇଛନ୍ତି କୁଳପତି। 

ସେହିଭଳି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧିନସ୍ଥ ୨୨ ତାରିଖରୁ ୨୫ ତାରିଖ ମଧ୍ୟରେ ହେବାକୁ ଥିବା ସମସ୍ଥ ପରୀକ୍ଷା ସ୍ଥଗିତ ରଖାଯାଇଛି। ତେବେ ପରୀକ୍ଷା କେବେ ହେବ ତାହା ପରବର୍ତ୍ତୀ ସମୟରେ ଜଣାଯିବ ବୋଲି କହିଛନ୍ତି ସୂଚନା ଦେଇଛନ୍ତି ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଡ଼ଃ. ସତ୍ୟ ନାରାୟଣ କୁଣ୍ଡ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.