ବାତ୍ୟା ଦାନା ପାଇଁ ପ୍ରସ୍ତୁତି ଜୋରଦାର; ଭଦ୍ରକ ଜିଲ୍ଲାରେ ପହଞ୍ଚିଛି ଦୁଇଟି NDRF ଟିମ୍

Published By : Prameya-News7 Bureau | October 22, 2024 IST

ଭଦ୍ରକ :  ବାତ୍ୟା ଦାନା ପାଇଁ ପ୍ରସ୍ତୁତି ଜୋରଦାର। ଭଦ୍ରକ ଜିଲ୍ଲାରେ ପହଞ୍ଚିଛି ଦୁଇଟି NDRF ଟିମ୍ । ପ୍ରତ୍ୟେକ ଟିମ୍ ରେ ରହିଛନ୍ତି ୩୪ଜଣ ଜବାନ। ଗୋଟିଏ NDRF ଟିମ୍ କୁ ଧାମରା ନିକଟରେ ଓ ଅନ୍ୟ ଗୋଟିଏ NDRF ଟିମ୍ କୁ ଧାମନଗରରେ ରଖାଯିବ । ଅନ୍ୟ ଟିମ୍ ଆସି ଜିଲ୍ଲାରେ ପହଞ୍ଚିବା ପରେ କେଉଁଠାରେ ମୁତୟନ ହେବେ, ସେ ନେଇ ନିଷ୍ପତ୍ତି ନିଆଯିବ । ୩୪ ଜଣିଆ ଟିମ୍ କୁ ବାତ୍ୟା ସ୍ଥିତି ଦେଖି ଭାଗ ଭାଗ କରାଯିବ ।  


ଟିମ୍ ଗୁଡ଼ିକ ବାତ୍ୟା ସହ ବନ୍ୟା ଭଳି ସମସ୍ତ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବା ପାଇଁ ସକ୍ଷମ ହେବ । ଗଛ କାଟିବା ପାଇଁ କଟର, ରାତି ସମୟରେ ଉଦ୍ଧାର ପାଇଁ ଲାଇଟ, ଉଭୟ ସିମେଣ୍ଟ, ଲୁହା, ଆଲୁମିନିୟମ ଇଲେକ୍ଟ୍ରି ପୋଲକୁ କାଟିବା ପାଇଁ ଲେଜର କଟର ମେସିନ ଭଳି ଅତ୍ୟାଧୁନିକ ମେସିନ ଉପଲବ୍ଧ ରହିଛି।

ସମ୍ଭାବ୍ୟ ବାତ୍ୟା ନେଇ ପ୍ରସ୍ତୁତି, କେନ୍ଦ୍ରାପଡାରେ ପହଞ୍ଚିଲା ଏନଡିଆରଏଫର ଦୁଇଟି ଟିମ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.