ଗଭୀର ଅବପାତରେ ପରିଣତ ହେଲା ଅବପାତ, ବୁଧବାର ନେବ ବାତ୍ୟାର ରୂପ

Published By : Prameya-News7 Bureau | October 22, 2024 IST

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟାକୁ ନେଇ ଲୋକଙ୍କ ମନରେ ବଢ଼ିବାରେ ଲାଗିଛି ଆଶଙ୍କା। ବାତ୍ୟା କେତେବେଳେ ହେବ ଏବଂ କେଉଁ ସମୟରେ ଏହା ସ୍ଥଳଭାଗ ଛୁଇଁବ ସେ ଚିତ୍ର ଏନେଇ ସ୍ପଷ୍ଟ ହୋଇପାରିନାହିଁ। ଅବଶ୍ୟ ଏହା ପୁରୀରୁ ସାଗର ଦୀପ ମଧ୍ୟରେ ସ୍ଥଳ ଭାଗ ଛୁଇଁବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ତଥାପି ସ୍ଥିତି କ’ଣ ରହିବ ତାହା ପରବର୍ତ୍ତୀ ସମୟରେ ଜଣାପଡ଼ିବ। 

ଏହାରି ମଧ୍ୟରେ ସମ୍ଭାବ୍ୟ ବାତ୍ୟା, ଅବପାତରୁ ଗଭୀର ଅବପାତରେ ପରିଣତ ହୋଇଛି। ଏହା ବର୍ତ୍ତମାନ ପାରାଦୀପ ଠାରୁ ୬୯୦ କିମି ଦୂରରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଛି। ତେବେ ଆସନ୍ତାକାଲି ସୁଦ୍ଧା ବାତ୍ୟାର ରୂପ ନେବ ଏହି ଅବପାତ । ସେହିଭଳି ଏହା ଘଣ୍ଟାକୁ ୭ କିମି ବେଗରେ ଗତି କରୁଥିବାବେଳେ ୨୪ ତାରିଖରେ ଭୀଷର ବାତ୍ୟାର ରୂପ ନେଇ ଉପକୂଳ ଅତିକ୍ରମ କରିବ। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ୧୦୦ରୁ ୧୨୦ ମଧ୍ୟରେ ରହିବା ନେଇ ଆକଳନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.