ବିବାଦ ପରେ ଓଏସଏସଏସସିର ଅଧ୍ୟକ୍ଷ ହେଲେ ଆଇପିଏସ ଅଧିକାରୀ ଲଳିତ ଦାସ

Published By : Prameya-News7 Bureau | October 22, 2024 IST

ଭୁବନେଶ୍ୱର: ବିଭିନ୍ନ ସରକାରୀ ଚାକିରିରେ  ନିଯୁକ୍ତିରେ ଅନିୟମିତତାକୁ ନେଇ ବିବାଦରେ ଥିବା ଓ ଓଡିଶା ସବ ଅର୍ଡିନେଟ ଷ୍ଟାଫ ସେଲେକ୍ସନ କମିସନ(ଓଏସଏସଏସସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଲେ ଲଳିତ ଦାସ। ଓଏସଏସଏସସିରେ ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ଲଳିତ ଦାସଙ୍କୁ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଏହା ସହିତ ଅବସରପ୍ରାପ୍ତ ଅବସରପ୍ରାପ୍ତ ଓଏଏସ୍ ସରୋଜ କୁମାର ମିଶ୍ର ଓ ଆଇଏଏସ୍ ଉଦ୍ଧବଚନ୍ଦ୍ର ମାଝୀଙ୍କୁ ସଦସ୍ୟ ଭାବେ ନିଯୁକ୍ତି ମିଳିଛି। ଏ ସମ୍ବନ୍ଦରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, ଓଏସଏସଏସସି ଦ୍ୱାରା ଆୟୋଜିତ ଅମିନ,ଆରଆଇ, ଫରେଷ୍ଟର ସମେତ ବିଭିନ୍ନ ପରୀକ୍ଷାରେ ଅନିୟମିତତା ଦେଖା ଦେଇଥିଲା। ପରୀକ୍ଷାର୍ଥୀମାନେ ଅନିୟମିତତା ଅଭିଯୋଗ ଆଣି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅନିୟମିତତାରେ ସୁଧାର ଆଣିବା ପାଇଁ ଏପରି ପଦକ୍ଷେପ ନିଆଯାଇ ଓଏସଏଏସଏସସିରେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଓ ସଦସ୍ୟ ନିଯୁକ୍ତି ଦେଇ ପରୀକ୍ଷା ବ୍ୟବସ୍ଥାରେ ପାରଦର୍ଶିତା ଆଣିବାକୁ ପ୍ରୟାସ କରିଛନ୍ତି ରାଜ୍ୟ ସରକାର। ବର୍ତ୍ତମାନ ଓଏସଏଏସଏସସିରେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଓ ସଦସ୍ୟ ନିଯୁକ୍ତି ହେବା ପରେ ପରୀକ୍ଷା ବ୍ୟବସ୍ଥାରେ ନିଶ୍ଚିନ୍ତ ସୁଧାର ଆସିବା ବୋଲି ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.